fbpx
BJD SKY
BJD SKY

ସୁପ୍ରିମକୋର୍ଟରେ ଦୁଇ ବିଚାରପତି ନିଯୁକ୍ତ, ଆଉ ଖାଲି ନାହିଁ ଜଜ୍ ପଦ

BJD

ନୂଆଦିଲ୍ଲୀ :କେନ୍ଦ୍ର ସରକାର ଜଷ୍ଟିସ ରାଜେଶ ବିନ୍ଦଲ ଏବଂ ଜଷ୍ଟିସ ଅରବିନ୍ଦ କୁମାରଙ୍କୁ ସୁପ୍ରିମକୋର୍ଟର ନୂଆ ବିଚାରପତି ଭାବେ ଅନୁମୋଦନ କରିଛନ୍ତି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ସୂଚନା ଦେଇଛନ୍ତି ଯେ, ଭାରତର ସମ୍ବିଧାନ ଅନୁଯାୟୀ ଦେଶର ମାନ୍ୟବର ରାଷ୍ଟ୍ରପତି ଦୁଇଟି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି। ସେମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ।

 

ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ପାଇଥିବା ଦୁଇ ମୁଖ୍ୟ ବିଚାରପତି ହେଉଛନ୍ତି ଆହ୍ଲାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ରାଜେଶ ବିନ୍ଦଲ ଏବଂ ଗୁଜରାଟ ହାଇକୋର୍ଟର ପ୍ରଧାନ ବିଚାରପତି ଅରବିନ୍ଦ କୁମାର। ବର୍ତ୍ତମାନ ସର୍ବୋଚ୍ଚ ଅଦାଲତରେ ବିଚାରପତିଙ୍କ ସଂଖ୍ୟା ୩୪ କୁ ବୃଦ୍ଧି ପାଇଛି। ଏଥିସହିତ ସୁପ୍ରିମକୋର୍ଟରେ ବିଚାରପତି ପଦବୀ ପୂର୍ଣ୍ଣ ହୋଇଛି, ଆଉ ପଦବୀ ଖାଲି ନାହିଁ ।

ଜାନୁୟାରୀ ୩୧ ରେ ସୁପ୍ରିମକୋର୍ଟର ୬ ସଦସ୍ୟ ଲେଜିୟମ ଏହି ଦୁଇଟି ନାମକୁ ସରକାରଙ୍କ ଅନୁମୋଦନ ପାଇଁ ପଠାଇଥିଲେ। ଏହାପୂର୍ବରୁ ୧୩ ଡିସେମ୍ବର ୨୦୨୨ ରେ ପାଞ୍ଚଜଣ ବିଚାରପତିଙ୍କ ନାମ ସୁପାରିଶ କରାଯାଇଥିଲା। ଏହି ପାଞ୍ଚଜଣ ବିଚାରପତି ଫେବୃଆରୀ ୬ ରେ ସୁପ୍ରିମକୋର୍ଟର ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଏଥିମଧ୍ୟରେ ରାଜସ୍ଥାନ ହାଇକୋର୍ଟର ପ୍ରଧାନ ବିଚାରପତି ପଙ୍କଜ ମିତଲ, ପାଟନା ହାଇକୋର୍ଟର ପ୍ରଧାନ ବିଚାରପତି ସଞ୍ଜୟ କାରୋଲ, ମଣିପୁର ହାଇକୋର୍ଟର ପ୍ରଧାନ ବିଚାରପତି ପି.ଭି ସଞ୍ଜୟ କୁମାର, ପାଟନା ହାଇକୋର୍ଟର ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ମନୋଜ ମିଶ୍ରଙ୍କ ନାମ ରହିଥିଲା।

Get real time updates directly on you device, subscribe now.