fbpx

ଆପଣଙ୍କ ନାମରେ ଅନ୍ୟ କେହି ଲୋନ ଉଠାଇଛନ୍ତି କି? କିପରି ଚେକ କରିବେ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ସାଇବର ଠକ ମାନେ ବିଭିନ୍ନ ଉପାୟରେ ଲୋକ ମାନଙ୍କୁ ଠକିବାକୁ ଲାଗିଛନ୍ତି । ବହୁବାର ରିପୋର୍ଟ ଆସିଛି ଯେ, କିଛି ସାଇବର ଠକ ଲୋକମାନଙ୍କ ନାମରେ ଲୋନ ଉଠାଇଛନ୍ତି ହେଲେ, ଯେଉଁ ବ୍ୟକ୍ତିଙ୍କ ନାମରେ ଲୋନ ଉଠାଯାଇଛି ସେହି ବ୍ୟକ୍ତି ଜଣକଙ୍କୁ ଏହି ବିଷୟରେ କୌଣସି ଜ୍ଞାନ ନାହିଁ । ଇନଷ୍ଟାଣ୍ଟ ଲୋନ ଜରିଆରେ ସାଇବର ଠକ ଏପରି ଠକେଇ କରୁଛନ୍ତି ବୋଲି ସୂଚନା ମିଳିଛି । ଏଥିରେ ଆପଣଙ୍କୁ କୌଣସି ସୂଚନା ମିଳି ନଥିବ ହେଲେ ଆପଣଙ୍କ ନାମରେ ଲୋନ ଉଠାଯାଇଥିବ । ତେବେ ଆସନ୍ତୁ ଜାଣିବା କିପରି ଏହି ବିଷୟରେ ଜାଣି ସତର୍କ ରହିବା ।

ସୂଚନା ଅନୁସାରେ, କୋଭିଡ୍ ମହାମାରୀ ସମୟରେ ଏପରି କିଛି ଘଟଣା ସାମ୍ନାକୁ ଆସିଥିଲା । ବହୁ ଲୋକମାନଙ୍କ ନାମରେ ଲୋନ ଉଠାଯାଇଥିଲା ହେଲେ ସେହି ବ୍ୟକ୍ତି ମାନଙ୍କୁ କୌଣସି ପ୍ରକାର ଜଣା ନଥିଲା ଯେ, ତାଙ୍କ ନାମରେ ଲୋନ ଉଠିଛି । ଲୋନ ଋଣ ବଢିବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିଥିଲା । ସେଥିପାଇଁ ସର୍ବପ୍ରଥମେ ବୁଝିବାକୁ ପଡ଼ିବ ଯେ, ଆପଣଙ୍କ ଅନୁମତି ବିନା ଏପରି କେମିତି ହେଉଛି । ତେବେ ସାଇବ ଠକେଇ ପ୍ୟାନକାର୍ଡ ଏବଂ ମୋବାଇଲ ନମ୍ବରକୁ ନେଇ ସଂପୂର୍ଣ୍ଣ ଚାଲ ଚଲେଇଛି । ସାଇବର ଠକମାନେ ବ୍ୟବହାରକାରୀଙ୍କ ନାମରେ ଛୋଟଛୋଟ ଲୋନ ଉଠାନ୍ତି । ଯେଉଁଥିରେ ବ୍ୟକ୍ତିଙ୍କୁ ନୋଟିଫିକେସନ ଆସିନଥାଏ ।

ପୂର୍ବ କିଛି ବର୍ଷ ତଳେ ଇନଷ୍ଟାଣ୍ଟ ଲୋନ ଆପ ଆସିଛି । ଏହି ଆପରେ ଖୁବ ଅଳ୍ପ ସମୟରେ ଲୋନ ମିଳୁଛି । ସାଇବର ଠକମାନେ ଏହାର ସହାୟତା ନେଇ ଏପରି ଅପରାଧ କରୁଛନ୍ତି । ଏଥିରେ ୟୁଜର୍ସ ମାନଙ୍କ ପ୍ୟାନକାର୍ଡ ଏବଂ ମୋବାଇଲ ନମ୍ବରରେ ଛୋଟ ଲୋନ ଜାରି କରାଯାଇପାରିବ ।

ଆମେ କିଛି ସମୟରେ ଆମର ପ୍ୟାନକାର୍ଡ ଆଧାରକାର୍ଡ ବହୁ ଲୋକଙ୍କ ସହ ସେୟାର କରିଥାଉ । ଆପଣଙ୍କ ପ୍ୟାନକାର୍ଡ଼ ବ୍ୟାଙ୍କ ଆକାଉଣ୍ଟ ସହିତ ଜଡ଼ିତ ରହିଛି । ଏଥିରେ ଆପଣ ନିଜର ସିଆଇବିଆଇଏଲ ସ୍କୋର ଚେକ୍ କରିପାରିବେ । ବ୍ୟବହାରକାରୀ ନିଜର ସିଆଇବିଆଇଏଲ ସ୍କୋରକୁ ଯେଉଁ ଏଜେନ୍ସିଙ୍କ ଦ୍ୱାରା ମଧ୍ୟ ଚେକ୍ କରିପାରିବ । ଏଥିରୁ ଜଣା ପଡ଼ିଥାଏ ଯେ, ଆପଣଙ୍କ ନାମରେ କିଏ ଲୋନ ଉଠାଇଛି କି ନାହିଁ ।

ଆପଣଙ୍କ ନାମରେ କେତେ ଲୋନ ଏବଂ କ୍ରେଡ଼ିଟ୍ କାର୍ଡ଼ ରହିଛି ସେହି ବିଷୟରେ ଜାଣିବା ଅତ୍ୟନ୍ତ ସହଜ ଅଟେ । ବ୍ୟବହାରକାରୀ କ୍ରେଡିଟ ରିପୋର୍ଟରେ ଲୋନ ଏବଂ କ୍ରେଡିଟ୍ କାର୍ଡର ଡ଼ିଟେଲ୍ସ ମିଳିଥାଏ । ଆପଣ CIBIL, Equifax, Experian ଏବଂ CRIF HIGH Mark ରେ ନିଜର କ୍ରେଡ଼ିଟ୍ ରିପୋର୍ଟ ଚେକ୍ କରିପାରିବେ । ତେବେ କ୍ରେଡ଼ିଟର ରିପୋର୍ଟ ପାଇଁ ଆପଣଙ୍କୁ ଏହି ୱେବସାଇଟକୁ ଯାଇ ନିଜର ନାମ, ଆଡ୍ରେସ, ମୋବାଇଲ ନମ୍ବର ଏବଂ ମୋବାଇଲକୁ ଆସୁଥିବା ଓଟିପି ଦେଇ ନିଜ ଫୋନରେ ଦେଖିପାରିବେ ଆପଣଙ୍କ ନାମରେ କେତେ ଲୋନ ଉଠିଛି କି ନାହିଁ ।

ଏଥିରୁ ବଞ୍ଚିବା ପାଇଁ ପ୍ରଥମେ ନିଜକୁ ସତର୍କ ରଖନ୍ତୁ । ଆଧାର କାର୍ଡ଼ କିମ୍ବା ପ୍ୟାନକାର୍ଡ କୌଣସି ଅଜଣା ବ୍ୟକ୍ତିଙ୍କ ସହ ସେୟାର କରନ୍ତୁ ନାହିଁ । ଯଦି କୌଣସି ପରିସ୍ଥିତିରେ ଦରକାର ପଡ଼ୁଛି ତେବେ ସେହି କାରଣ ଗୁଡ଼ିକୁ ଖାତାରେ ଲେଖି ରଖନ୍ତୁ । ଏହି କପି କୌଣସି କାମରେ ଆପଣଙ୍କୁ ସାହାଯ୍ୟ କରିବ । ଲେଖିବା ସମୟରେ କାର୍ଡ଼ର କିଛି ଅଂଶରେ ମଧ୍ୟ ଲେଖନ୍ତୁ ଯାହାକି ଏହା ଅନ୍ୟ କୌଣସି କାମରେ ବ୍ୟବହୃତ ହୋଇପାରିବନି ।

Get real time updates directly on you device, subscribe now.