fbpx

ଇଟାୱା ସଫାରି ପାର୍କରେ ଦୁଇଟି ସିଂହୀ କରୋନା ପଜିଟିଭ ଚିହ୍ନଟ

ଉତ୍ତରପ୍ରଦେଶ ୦୮ । ୦୫ (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶର ଇଟାୱା ସଫାରି ପାର୍କରେ ଦୁଇଟି ସିଂହୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସିଂହୀ ଦୁଇଟିଙ୍କ ନମୁନା ପରୀକ୍ଷା କରାଯିବାରୁ ସେମାନେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତେବେ ଆଶଙ୍କା କରାଯାଉଛି କି ସମାନଙ୍କର ଦେଖାଶୁଣା କରୁଥିବା ବ୍ୟକ୍ତିଙ୍କ ଠାରୁ ସେମାନଙ୍କୁ କରୋନା ସଂକ୍ରମିତ ହୋଇଥିବ। ଉଭୟ ସିଂହୀଙ୍କୁ ଅନ୍ୟ ଏକ ସ୍ଥାନରେ ଏକାନ୍ତରେ ରଖାଯାଇଥିବା ପାର୍କର ନିର୍ଦ୍ଦେଶକ କହିଛନ୍ତି। ଏହା ମଧ୍ୟରେ ସଫାରି ପାର୍କକୁ ଜନସାଧାରଣଙ୍କ ପ୍ରବେଶ ନିମନ୍ତେ ବନ୍ଦ କରିଦିଆଯାଇଛି। ଗତ ମଙ୍ଗଳବାର ଦିନ ହାଇଦ୍ରାବାଦ ଚିଡିଆଖାନାରେ ୮ଟି ଭାରତୀୟ ସିଂହ କରୋନା ସଂକ୍ରମିତ ହୋଇଥିଲେ। ଚିଡିଆଖାନା କର୍ମଚାରୀଙ୍କ ଠାରୁ ସେମାନଙ୍କୁ ସଂକ୍ରମଣ ବ୍ୟାପିଥିଲା। ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପୋଷା ପ୍ରାଣୀମାନେ ମଣିଷଙ୍କ ଠାରୁ କରୋନା ସଂକ୍ରମିତ ହେଉଥିବା ସୂଚନାରୁ ଜଣାପଡିଛି ।

Get real time updates directly on you device, subscribe now.