fbpx

ଓଡ଼ିଶାରେ ଆଉ ୨ ସପ୍ତାହ ଗ୍ରୀଷ୍ମ ପ୍ରବାହ: ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗୀଷ୍ମ ପ୍ରବାହ ଅତ୍ୟନ୍ତ ଅସହ୍ୟ ହୋଇପଡିଛି । ଆକାଶରୁ ଅଗ୍ନି ବର୍ଷା ହେଉଥିବା ବେଳେ ଲୋକେ କଲବଲ ହେଉଛନ୍ତି । ରାଜଧାନୀ ଭୁବନେଶ୍ୱର ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ସ୍ଥିତି ଗୁରୁତର ରହିଛି । ରାଜ୍ୟରେ ଆହୁରି ୨ ସପ୍ତାହ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏନେଇ ୧୧ ଜିଲ୍ଲାକୁ ଆଗାମୀ ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଏପ୍ରିଲ ୨୫ରୁ ୨୯ ଯାଏଁ ଅଧିକାଂଶ ଜିଲ୍ଲାରେ ତାତି ବଢ଼ିବ । ଚାଷ ଜମିରେ ଲାଗାତାର ପାଣି ମଡ଼ାଇବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଆଜି ବି ରାଜଧାନୀରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିଲା । ଭୁବନେଶ୍ୱରରେ ଦିନ ୨ଟା ୨୦ ସୁଦ୍ଧା ୩୮.୬ ଡିଗ୍ରୀ ତାପମାତ୍ରା ଥିବା ରେକର୍ଡ କରାଯାଇଛି । ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ହୀରାକୁଦରେ ୪୧.୨ , ଚାନ୍ଦବାଲିରେ ୪୦.୦, କେନ୍ଦୁଝରରେ ୩୯.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ତେବେ ଏଭଳି ତାତି ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେବାପରେ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ପକ୍ଷରୁ ସବୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଦିନ ୧୧ଟା ଠାରୁ ଅପରାହ୍ଣ ସାଢ଼େ ୩ଟା ପର୍ୟ୍ୟନ୍ତ ପଦାକୁ ଯିବାର ଥିଲେ ଆବଶ୍ୟକ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

Get real time updates directly on you device, subscribe now.