fbpx

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମୁହଁ ଖୋଲିଲେ ଗଜପତି, ଜାଣନ୍ତୁ କ’ଣ କହିଲେ?

ପୁରୀ(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମୁହଁ ଖୋଲିଛନ୍ତି ଗଜପତି ମହାରାଜା । ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି କହିଛନ୍ତି ଗଜପତି ଦିବ୍ୟ ସିଂହଦେବ । ଐତିହ୍ୟ ପ୍ରକଳ୍ପ କାମ ଶୀଘ୍ର ଶେଷ କରିବାକୁ ଗଜପତି ନିବେଦନ କରିଛନ୍ତି ।

ଗଜପତି କହିଛନ୍ତି ଯେ, ‘ମହାପ୍ରଭୁଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଉଚିତ୍ ନୁହେଁ । ସମସ୍ତେ ମିଶି ପ୍ରକଳ୍ପ କାମ ଆଗେଇ ନେବା ଉଚିତ୍ । ଯଦି କିଛି ସମସ୍ୟା ଅଛି, ଆପୋଷ ଆଲୋଚନରାରେ ସମାଧାନ କରାଯାଉ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରହିବା ଆବଶ୍ୟକ । ଶ୍ରଦ୍ଧାଳୁ ସମୂହଙ୍କ ଉପକାର କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ରହିବା ଉଚିତ୍ । ପରିକ୍ରମା ପ୍ରକଳ୍ପ ଶେଷ ହେଲେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରଭାବ ପକାଇବ ।’

ତେବେ ଶ୍ରୀମନ୍ଦିର ବଜେଟ ଓ ବିଭିନ୍ନ ସମସ୍ୟା ସମ୍ପର୍କିତ ବିଷୟକୁ ନେଇ ପରିଚାଳନା କମିଟି ଆୟୋଜିତ ହୋଇଥିଲା । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨୪୮.୫୧ କୋଟିର ବଜେଟକୁ ଅନୁମୋଦନ କରାଯାଇଛି । ବୈଠକ ଶେଷରେ ଶ୍ରୀମନ୍ଦିର ସୁରକ୍ଷିତ ଅଛି ବୋଲି କହିଛନ୍ତି ଗଜପତି ମହାରାଜା ।

Get real time updates directly on you device, subscribe now.