fbpx

ରାଜଧାନୀରେ ୧୩୦ଗ୍ରାମର ବ୍ରାଉନ ସୁଗାର ଜବତ, ୨ଗିରଫ

ଭୁବନେଶ୍ୱର, ୨୩ା୫(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଚୋରୀ, ଡକାୟତି, ଗଞ୍ଜେଇ ଓ ବ୍ରାଉନ ସୁଗାର ଚୋରାଚାଲାଣ ବଢ଼ିବାରେ ଲାଗିଛି । କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିବାରେ ଲାଗିଛି ରାଜଧାନୀ ଭୁବନେଶ୍ୱର । ଏହାରି ମଧ୍ୟରେ ଆଜି ସହିଦ ନଗର ପୋଲିସ ୧୩୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ । ଗିରଫ ହୋଇଥିବା ଦୁଇଜଣ ପୁରୀର ହୋଇଥିବା ଜଣାପଡ଼ିଛି । ସେମାନଙ୍କଠାରୁ ଜବତ କରାଯାଇଥିବା ବ୍ରାଉନସୁଗାରର ଆନୁମଲିକ ମୂଲ୍ୟ ୧୩ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.