fbpx

ସାମ୍ବାଦିକାଙ୍କୁ ଆକ୍ରମଣ, ୨ ସୁରକ୍ଷା କର୍ମୀ ଗିରଫ

ଭୁବନେଶ୍ୱର,୨୯ ।୧୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଥିବା ଏସପ୍ଲାନେଡରେ ଜଣେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସହିଦ ନଗର ପୋଲିସ । ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳ ନାମକ ଏହି ୨ ଅଭିଯୁକ୍ତ ମଲର ସିକ୍ୟୁରିଟି ଗାର୍ଡ ଥିବା ଜଣାପଡିଛି । ତେବେ ଗତକାଲି ମଲରେ ବେଆଇନ୍ ପାର୍କିଂ ଆଦାୟ କରୁଥିବାର ସୂଚନା ପାଇଁ ସାମ୍ବାଦିକା ଓ ତାଙ୍କର କ୍ୟାମେରା ପର୍ସନ ଯାଇଥିବା ବେଳେ ସୁରକ୍ଷା କର୍ମୀ ଆକ୍ରମଣ କରିଥିଲେ ।

ଏନେଇ ଆଜି ଏସପ୍ଲାନେଡ ଗେଟ୍ ବନ୍ଦ କରି ସାମ୍ବାଦିକମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି । ଏହା ସହ ସହିଦ ନଗର ଥାନାରେ ଏକ ଅଭିଯୋଗ ମଧ୍ୟ ହୋଇଛି ।

Get real time updates directly on you device, subscribe now.