ରାୟପୁର: ଛତିଶଗଡ଼ ବିଜାପୁର ଜିଲ୍ଲାରେ ଆଇଓଡି ବିସ୍ଫୋରଣ । ନକ୍ସଲଙ୍କ ଦ୍ୱାରା କରାଯାଇଥିବା ଏହି ବିସ୍ଫୋରଣରେ ୨ ସେନା ଅଧିକାରୀ ଆହତ ହୋଇଥିବା ସୂଚନା ।
ଆହତ ଯବାନ ଦ୍ୱୟ ସ୍ପେସିଆଲ ଟାସ୍କ ଫୋର୍ସର ବୋଲି ଜଣାପଡ଼ିଛି । ଆଜି ସନ୍ଧ୍ୟା ୫ଟା ବାଜି ୪୫ ମିନିଟରେ ଏହି ବିସ୍ଫୋରଣ ହୋଇଥିବା ସୂଚନା । ବିସ୍ଫୋରଣ ସମୟରେ ଆଣ୍ଟି-ନକ୍ସଲ ଅପରେଶନରୁ ପିକଅପ୍ ଭ୍ୟାନରେ ଯବାନ ଫେରୁଥିଲେ ।
ଯବାନଙ୍କ ଗାଡ଼ି ଉଡ଼ାଇଦେବା ଲାଗି ମାଓବାଦୀ ଯୋଜନା କରିଥିବାବେଳେ ବୋମା ପାଖରେ ପହଞ୍ଚିବା ପୂର୍ବରୁ ହିଁ ବିସ୍ଫୋରଣ ହୋଇଯାଇଥିଲା । ଯେଉଁ କାରଣରୁ ଯବାନମାନଙ୍କର ବିଶେଷ କ୍ଷତି ହୋଇ ନ ଥିବା ଜଣାପଡ଼ିଛି ।
ଏସଟିଏଫ୍ ପକ୍ଷରୁ ସର୍ଚ୍ଚ ଅପରେଶନ୍ ଜାରି ରହିଥିବାବେଳେ ଆହତ ଯବାନଙ୍କ ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ।