fbpx

୨ ଭଉଣୀଙ୍କ ସଲିଳ ସମାଧି

ମାଲକାନଗିରି, ୨୨ ।୧୧(ଓଡିଶା ଭାସ୍କର): ପୋଖରୀରେ ବୁଡି ୨ ଭଉଣୀଙ୍କ ସଲିଳ ସମାଧି । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ମୁକାନପାଲି ଗାଁରେ ଘଟିଯାଇଛି ଏହି ଅଭାବନୀୟ ଘଟଣା । ପୋଖରୀରେ ବୁଡ଼ିଯିବାରୁ ଚାଲିଯାଇଛି ୨ ଭଉଣୀଙ୍କ ଜୀବନ ।

ତେବେ ୨ ଝିଅଙ୍କୁ ସାଙ୍ଗରେ ନେଇ ବିଲକୁ ଧାନ କାଟିବାକୁ ଯାଇଥିଲେ ମା’ । ବିଲ ପାଖ ପୋଖରୀରେ ଖେଳିବା ବେଳେ ସାନ ଭଉଣୀ ବୁଡି ଯାଇଥିଲା । ସାନ ଭଉଣୀକୁ ଉଦ୍ଧାର କରିବାକୁ ଯାଇ ବଡ ଭଉଣୀ ମଧ୍ୟ ବୁଡି ଯାଇଥିଲା । ୨ ଭଉଣୀଙ୍କ ମଧ୍ୟରୁ ବଡ ଭଉଣୀକୁ ୬ ବର୍ଷ ଓ ସାନ ଭଉଣୀକୁ ୩ ବର୍ଷ ବୟସ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.