fbpx
BSKY
BJD MC SKY
BJD YOUTH SKY

ଯବାନଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଅନନ୍ତନାଗ: ଜମ୍ମୁ କଶ୍ମୀରରେ ସୁରକ୍ଷା ବଳକୁ ବଡ ସଫଳତା । ଅନନ୍ତନାଗ ଜିଲ୍ଲାରେ ୨ ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ଜାରି ରହିଥିବା ଏନକାଉଣ୍ଟରରେ ଭାରତୀୟ ଯବାନ ୨ ଆତଙ୍କୀଙ୍କୁ ମାରିଥିବା ବେଳେ ବିପୁଳ ଅସ୍ତ୍ରଶସ୍ତ୍ର ଓ ରାଇଫଲ ଜବତ କରାଯାଇଛି ।

ଋବିବାର ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅନନ୍ତନାଗର ବିଜବେହାରା ଅଞ୍ଚଳରେ ଆତଙ୍କୀ ଲୁଚି ରହିଥିବା ଖବର ମିଳିଥିଲା । ରବିବାର ସକାଳୁ ଏକ ମିଳିତ ଟିମ୍ ପକ୍ଷରୁ ଏନକାଉଣ୍ଟର କରାଯାଇଥିଲା । ସେମଥାନ ବିଜବେହାରାର ଏକ ଘରେ ଏହି ଆତଙ୍କୀ ମାନେ ଲୁଚି ରହିଥିବା ବେଳେ ଉଭୟଙ୍କୁ ସଫା କରି ଦେଇଥିଲେ ଭାରତୀୟ ଯବାନ । ଘଟଣାସ୍ଥଳରୁ ଭାରତୀୟ ଯବାନ ଏକାଧିକ ଏକେ ସିରିଜ୍ ରାଇଫଲ ସହିତ ବିପୁଳ ପରିମାଣର ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ।

୨ ନିହତ ଆତଙ୍କବାଦୀଙ୍କ ନାମ ତୌସିଫ ଅହମଦ୍ ଭଟ୍ଟ ଏବଂ ଆମିର ହୁସେନ ଗନି ବୋଲି ଜଣାପଡିଛି । ଆମୀର ୨୦୧୮ରୁ ଆତଙ୍କୀ ସଙ୍ଗଠନରେ ଯୋଗ ଦେଇଥିବା ବେଳେ ୨୦୧୭ରେ ତୌସିଫ୍ ଆତଙ୍କୀ ସଙ୍ଗଠନରେ ମିଶିଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା ।

Get real time updates directly on you device, subscribe now.