fbpx

ସମୁଦ୍ରରେ ଭାସିଗଲେ ୨ ଜଣ ପର୍ଯ୍ୟଟକ

ଜଳେଶ୍ୱର(ଓଡ଼ିଶା ଭାସ୍କର): ଗୋଟେ ପଟେ ବାତ୍ୟା ଗୁଲାବ ଧୀରେ ଧୀରେ ସ୍ଥଳଭାଗ ମୁହାଁ ହେଉଥିବା ବେଳେ ସମୁଦ୍ର ଉତ୍ତେଜିତ ଅବସ୍ଥାରେ ରହିଛି । ଆଉ ଅନ୍ୟପଟେ ଲୋକମାନେ ବାତ୍ୟା ଆଶଙ୍କାରେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହା ଭିତରେ ଗାଧୋଇବା ବେଳେ ସମୁଦ୍ରରେ ୨ ଜଣ ପର୍ଯ୍ୟଟକ ଭାସିଯାଇଛନ୍ତି । ଭୋଗରାଇ ଥାନା ତାଳସାରୀ ନିକଟ ସମୁଦ୍ରରେ ଭାସିଯାଇଛନ୍ତି ଦୁଇ ଜଣ ପର୍ଯ୍ୟଟକ । ନିଖୋଜ ୨ ଜଣ ପର୍ଯ୍ୟଟକ ପଶ୍ଚିିମବଙ୍ଗର ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ।

Get real time updates directly on you device, subscribe now.