fbpx

ପ୍ରଥମଥର ପାଇଁ ଭାରତୀୟ ନୌସେନାର ଯୁଦ୍ଧ ହେଲିକାପ୍ଟରରେ ୨ ମହିଳା ଅଧିକାରୀ ନିଯୁକ୍ତ

ଭାରତୀୟ ନୌସେନା ପ୍ରଥମଥର ପାଇଁ ହେଲିକପ୍ଟର ଷ୍ଟ୍ରିମରେ ଦୁଇ ମହିଳା ଅଧିକାରୀଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି । ସବ ଲେଫନାଣ୍ଟ କୁମୁଦିନି ତ୍ୟାଗୀ ଓ ସବ ଲେଫନାଣ୍ଟ ରୀତି ସିଂଙ୍କୁ ନୌସେନାର ଯୁଦ୍ଧରେ ବ୍ୟବହୃତ ହେଲିକାପ୍ଟରରେ କ୍ରୁ ରୂପରେ ନିୟୋଜିତ କରାଯିବ । ଫ୍ରଣ୍ଟଲାଇନ୍ ଯୁଦ୍ଧ ହେଲିକାପ୍ଟରରେ ପ୍ରଥମଥର ପାଇଁ ମହିଳା ନିୟୋଜିତ ହେବେ ।

ଏହା ପୂର୍ବରୁ ନୌସେନାରେ ମହିଳାଙ୍କୁ କେବଳ ଓି୍ୱଙ୍ଗ ବିମାନରେ ନିଯୁକ୍ତି ମିଳୁଥିଲା । ଏଡମିରାଲ ଆଣ୍ଟୋନି କହିଛନ୍ତି ଯେ, ‘ ଏହା ଏକ ଐତିହାସିକ ଘଟଣା, ପ୍ରଥମଥର ପାଇଁ ମହିଳାମାନଙ୍କୁ ହେଲିକାପ୍ଟର କାର୍ଯ୍ୟରେ ତାଲିମ ଦିଆଯାଉଛି ।’

Get real time updates directly on you device, subscribe now.