fbpx

ବଡ଼ଭାଇର ଆକ୍ରମଣରେ ସାନଭାଇର ମୃତ୍ୟୁ

ବାଲେଶ୍ୱର, ୨୧ା୯(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ସ୍ଥିତ ଖନ୍ତାପଡ଼ା ଥାନା ଅନ୍ତର୍ଗତ ନୂଆପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ବଡ଼ ଭାଇ ସାନ ଭାଇକୁ ମରଣାନ୍ତକ ଆକ୍ରମଣ କରିଛି । ଯେଉଁଥିରେ ସାନ ଭାଇର ମୃତ୍ୟୁ ଘଟିଛି । ଘରୋଇ କଳହକୁ ନେଇ ଏହିପରି କାଣ୍ଡ ଘଟିଛି । ବଡ଼ ଭାଇ ଶଶିକାନ୍ତ ମଳିକ ଏହି ଘଟଣାରେ ଗିରଫ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ଘରୋଇ କଳହକୁ ନେଇ ଆଜି ସାନଭାଇ ରତିକାନ୍ତ ମଳିକଙ୍କୁ ବଡ଼ ଭାଇ ଶଶିକାନ୍ତ ମଳିକ ଭୁଜାଲିରେ ଆକ୍ରମଣ କରିଥିଲେ । ଯାହାଫଳରେ ସେ ରକ୍ତାକ୍ତ ହୋଇଯିବାରୁ ସ୍ଥାନୀୟ ଲୋକେ ଏହା ଜାଣିବା ପରେ ରତିକାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ଘୋଷଣା କରିଥିଲେ ।

Get real time updates directly on you device, subscribe now.