fbpx

ଚାଷ ପାଇଁ ଏପରି ଯୁଗାଡ କଲେ ଚାଷୀ, ଲୋକେ କାବା

‘ଆବଶ୍ୟକତା ହିଁ ଆବିଷ୍କାରର ଜନନୀ’ ବୋଲି କୁହାଯାଏ । ଏହି କ୍ୟାପସନ ସହ ଅଭିନେତା ଅର୍ଶଦ ୱାରଶି ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲେ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କୃଷକମାନେ ବିଲରେ ଧାନ ଗଛ ରୋପଣ କରୁଥିବାର ନଜର ଆସିଛନ୍ତି କିଛି ଅଲଗା ଅନ୍ଦାଜରେ । ଏହା ପୂର୍ବରୁ କୌଣସି ବି କୃଷକ ଧାନ ଗଛ ରୋପଣ କରିବାକୁ ଏଭଳି ଟେକନିକ ଆପଣେଇଥିବା ଦେଖିବାକୁ ମିଳିନଥିଲା ।

ତେବେ ଭିଡିଓରେ ଦୁଇ ଜଣ କୃଷକ ତୃତୀୟ ଲୋକର ଗୋଡକୁ ଭିଡୁଛନ୍ତି । ତଳେ ଶୋଇଥିବା ଲୋକଜଣକ ସେହି ବେଗରେ ଚାରା ରୋପଣ କରିବାରେ ଲାଗିଛନ୍ତି । ଏହି ଭିଡିଓ ୧୮ ସେପ୍ଟେମ୍ବରରେ ପୋଷ୍ଟ ହୋଇଥିବା ବେଳେ କିଛି ଘଣ୍ଟାରେ ଏଥିରେ ୧୮ ହଜାର ଲାଇକ୍ ଓ ୧ ଲକ୍ଷ ୩୯ ହଜାର ଲୋକ ଏହାକୁ ଦେଖିଥିଲେ । କୃଷକଙ୍କ ଏପରି କିଛି ନୂଆ ପ୍ରୟାସକୁ ଲୋକମାନେ ପ୍ରଶଂସା ମଧ୍ୟ ଭୁରି ଭୁରି ପ୍ରଶଂସା କରୁଛନ୍ତି ।

Get real time updates directly on you device, subscribe now.