fbpx

ଅଜଣା ଗାଡ଼ି ଧକ୍କାରେ ୨ମହିଳା ମୃତ

ଖୋର୍ଦ୍ଧା(ଓଡ଼ିଶା ଭାସ୍କର): ଅଜଣା ଗାଡ଼ି ଧକ୍କାରେ ୨ ମହିଳା ମୃତ୍ୟୁବରଣ କରିଛି । ଏନଏଚ୍-୫୭ର ବୋଲଗଡ଼ କପାସିଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମର୍ଣ୍ଣିଂ ୱାକ୍ ଭ୍ରମଣରେ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ୨ ଜଣ ମହିଳା ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ ୨ ମହିଳାଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକମାନେ ଟାୟାର୍ ଜାଳି ଉତ୍ତ୍ୟକ୍ତ ଲୋକଙ୍କ ଏନଏଚ୍-୫୭ ଅବରୋଧ କରିଛନ୍ତି । ଏହା ଫଳରେ ଖୋର୍ଦ୍ଧା-ବଲାଙ୍ଗିର ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି ।

Get real time updates directly on you device, subscribe now.