fbpx

ତାଲିବାନ କବ୍ଜା କରିବାପରେ ବୁର୍ଖାରେ ନଜର ଆସିଲେ ଆମେରିକୀ ସାମ୍ବାଦିକା, ନିଜେ କହିଲେ ଏହା ପଛର ସତ

କାବୁଲ: ଆଫଗାନିସ୍ତାନ, ତାଲିବାନ କବଜାକୁ ଆସିବା ପରେ ସେଠାରୁ ନାଗରିକ ମାନେ ଅନ୍ୟତ୍ର ଯିବାକୁ ଚାହୁଁଛନ୍ତି । କାରଣ ତାଲିବାନି ମାନେ ଅଫଗାନ୍ ରେ ଆତଙ୍କ ଖେଳାଇ ଦେଇଛନ୍ତି । ଯାହାର ଶିକାର ସାଧାରଣ ନାଗରିକଙ୍କୁ ହେବାକୁ ପଡ଼ୁଛି । ତେବେ ସେମାନଙ୍କ ଶାସନ ହେବାପରେ ଏବେ ଗୋଟିଏ ଫଟୋ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଆମେରିକୀ ରିପୋର୍ଟର ବୁର୍ଖାରେ ନଜର ଆସିଛନ୍ତି ।

ଏହାକୁ ମିମ୍ସ କରି ଭାଇରାଲ୍ କରାଯାଉଛି । ଉକ୍ତ ରିପୋର୍ଟରଙ୍କର ଦୁଇଟି ଫଟୋ ଏଥିରେ ଦେଖିବାକୁ ମିଳିଛି । ଗୋଟିଏରେ ସେ ଅନ୍ୟ ଏକ ସାଧାରଣ ଡ୍ରେସ୍ ରେ ନଜର ଆସିଥିବା ବେଳେ ଆଉ ଗୋଟିଏରେ ବୁର୍ଖାରେ ଥିବା ଦେଖିବାକୁ ମିଳିଛି । ଏହାକୁ ତାଲିବାନ ମାନଙ୍କ ଶାସନର ପ୍ରଭାବ ଆକାରରେ ଦର୍ଶାଇବାକୁ ଚେଷ୍ଟା କରାଯାଇଛି । ତେବେ ସେହି ଆମେରିକୀ ରିପୋର୍ଟରଙ୍କ ନାଁ ହେଉଛି କ୍ଲାରିସା ୱଡ୍ ।

ଏହି ମିମ୍ସକୁ ନେଇ ରିପୋର୍ଟର୍ ନିଜେ ତାଲିବାନି ଶାସନର ଖୁଲାସା କରିଛନ୍ତି । କ୍ଲାରିସା ୱର୍ଡ ଟୁଇଟ୍ କରି କହିଛନ୍ତି ଯେ, “ଏହି ଫଟୋକୁ ଭୁଲ ତରିକାରେ ଦର୍ଶାଯାଇଛି । ପ୍ରଥମ ଫଟୋଟି ପ୍ରାଇଭେଟ୍ କମ୍ପାଉଣ୍ଡ ଭିତରେ ଏବଂ ଅନ୍ୟଟି ତାଲିବାନ କବଜାରେ ଥିବା ଆଫଗାନିସ୍ତାନର ଏକ ଗଳିର ଦୃଶ୍ୟ । ମୁଁ ଆଗରୁ ଯେବେ ବି କାବୁଲ ରାସ୍ତାରେ ଯିବା ସମୟରେ ମୁଣ୍ଡରେ ସ୍କାର୍ଫ ବାନ୍ଧି ରିପୋର୍ଟି କରେ” ।

ସୂଚନାଯୋଗ୍ୟ ଯେ, କ୍ଲାରିସା ୱର୍ଡ ହେଉଛନ୍ତି ଜଣେ ଇଣ୍ଟରନ୍ୟାସନାଲ୍ ରିପୋର୍ଟର । ସେ ପୂର୍ବରୁ ବି ଅନେକ ଇସଲାମିକ୍ କଟ୍ଟରପନ୍ଥୀ ରହିଥିବା ଦେଶରେ ରିପୋର୍ଟିଂ କରିସାରିଛନ୍ତି । ଏଥିରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ୟମନ୍ ଆଦି ଦେଶ ସାମିଲ ରହିଛି ।

Get real time updates directly on you device, subscribe now.