fbpx
BJD SKY
BJD SKY

କୋଟିଆ ପ୍ରସଙ୍ଗରେ ଧନ୍ୟବାଦ ଜଣାଇଲେ ପିସିସି ସଭାପତି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ଦଳମତ ନିର୍ବିଶେଷରେ ଯେଉଁଭଳି ଭାବରେ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଏବଂ କୋରାପୁଟ ଜିଲ୍ଳାର ବିଧାୟକବନ୍ଧୁ ଏବଂ ରାଜ୍ୟ ପ୍ରଶାସନ କୋରାପୁଟର କୋଟିଆ ବିବାଦ ପ୍ରସଙ୍ଗରେ ମିଳିତ ଭାବରେ ଆନ୍ଧ୍ର ପ୍ରଶାସନ ଓ ରାଜନେତା ମାନଙ୍କୁ ପ୍ରତିହିତ କଲେ ତାହାହିଁ ସମୟ ଓ ପରିସ୍ଥିତିର ଆବଶ୍ୟକତା ଥିଲା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିବା ସହ କୋଟିଆ ବିବାଦ ପ୍ରସଙ୍ଗରେ ଏକଜୁଟ ହୋଇଥିବା ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଏବଂ ରାଜ୍ୟ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

ନିରଞ୍ଜନ କହିଛନ୍ତି କୋଟିଆ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଓ ଏଥିପ୍ରତି ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଯେଉଁ ଅଯଥା ବିବାଦ ସୃଷ୍ଟିକରୁଛି ତାହାକୁ ବହୁପୂର୍ବରୁ ଏହିଭଳି ଢଙ୍ଗରେ ପଣ୍ଡ କରିବାର ଆବଶ୍ୟକତା ଥିଲା । ଆମର ସଂକୀର୍ଣ୍ଣ ରାଜନୈତିକ ମାନସିକତା ଏବଂ ସ୍ୱାର୍ଥପରତା ଯୋଗୁଁ ଆଜି ଆମେ ମହାନଦୀର ହକ ଜଳ ପାଇବାରୁ ବଂଚିତ ହେଲୁ ଏବଂ ପୋଲଭରମ ଜଳପ୍ରକଳ୍ପ ଭଳି ଘଟଣାର ପୁନରାବୃତି ନଘଟୁ । ଓଡ଼ିଶାର ସ୍ୱାର୍ଥକୁ ସର୍ବାଗ୍ରେ ରଖି ମଧୁବାବୁ, ଗୋପବନ୍ଧୁଙ୍କୁ ସ୍ମରଣ କରି ଓଡ଼ିଶାର ମାଟିକୁ ରକ୍ଷା କରିବା ପାଇଁ ସମସ୍ତେ ଆପ୍ରାଣ ଉଦ୍ୟମ କରିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Get real time updates directly on you device, subscribe now.