fbpx

ମୁଖ୍ୟମନ୍ତ୍ରୀ ନିବାସ ଛାଡ଼ିଲେ ଉଦ୍ଧବ, ଦେଖନ୍ତୁ Video

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଜନୈତିକ ସମୀକରଣ ବେଳକୁ ବେଳ ବଦଳିବାରେ ଲାଗିଛି । ଶିବସେନା ନେତା ଏକନାଥ ସିନ୍ଦେଙ୍କ ଗୋଟି ଚାଳନାରେ ଦଳର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆସନ ଟଳମଳ ହେବାରେ ଲାଗିଛି । ତେବେ ମହାରାଷ୍ଟ୍ରରେ ବିଜେପି ସହ ମିଶି ଶିବସେନା ସରକାର ଗଠନ କରୁ ବୋଲି ପୂର୍ବରୁ ଏକନାଥ ଉଦ୍ଧବଙ୍କୁ କହିଥିଲେ ।

ତେବେ ଏହା ମଧ୍ୟରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ନିବାସ ‘ବର୍ଷା’ ଛାଡ଼ି ଚାଲିଯାଇଛନ୍ତି । ଉଦ୍ଧବ ନିଜର ଆସବାବପତ୍ର ଧରି ପୈତୃକ ବାସଭାବନ ‘ମାତୋଶ୍ରୀ’କୁ ଯାଉଥିବାର ଏକ ଭିଡିଓରୁ ଜଣାପଡ଼ୁଛି । ତେବେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ । ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରେ ରହିବେ । ଯଦି ଚାନ୍ସ ମିଳେ ତେବେ ସରକାର ତାଙ୍କର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ବୋଲି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ।

ପୂର୍ବରୁ ଉଦ୍ଧବ ଫେସବୁକ ଲାଇଭରେ ଆସି ନିଜର ପ୍ରତିକ୍ରିୟା ରଖିଥିଲେ । ଯଦି ଦଳର ବିଧାୟକମାନେ ତାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି, ତେବେ ସେ ଶିବସେନା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ । ଯଦି ଶିବସେନାର ଜଣେ ନେତା ପରବର୍ତ୍ତୀ ସିଏମ ହୁଏ, ତେବେ ଉକ୍ତ ସର୍ତ୍ତରେ ସେ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି ଉଦ୍ଧବ କହିଥିଲେ ।

Get real time updates directly on you device, subscribe now.