ଭୁବନେଶ୍ୱର: ଜେଲ ଗଲେ ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ୍ । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର ପରେ ଝାରପଡ଼ା ଜେଲ ଗଲେ ।
ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଥିଲା ମଞ୍ଚେଶ୍ୱର ପୋଲିସ ।
ଯେଉଁ କଂଗ୍ରେସ ଦଳ ନାରୀଙ୍କୁ ନ୍ୟାୟ ପାଇଁ ନାରାବାଜି କରୁଥିଲା, ରାଜରାସ୍ତାରେ ସରକାରଙ୍କୁ ଘେରିଥିଲା , ଓଡିଶା ବନ୍ଦ ଡାକରା ଦେଇଥିଲା , ସେହି ଦଳର ଛାତ୍ର ସଭାପତିଙ୍କ କାରନାମା ଦଳକୁ ଅଡୁଆରେ ପକାଇଛି । ଯୁବତୀଙ୍କ ଅଭିଯୋଗ ଅନୁସାରେ, ଉଦିତ୍ଙ୍କ ବିରୋଧରେ ଯୁବତୀଙ୍କ ଅଭିଯୋଗ ଅନ୍ୟ ଦୁଇଜଣଙ୍କ ସହ ବୁଲିବାକୁ ବାହାରିଥିଲେ ।
ଯୁବତୀ କିଛି ବାଟ ଗଲାପରେ ଗାଡ଼ି ଭିତରେ ଉଦିତ୍ ଆସି ବସିଥିଲେ । ସିଧା ହୋଟେଲ ରୁମକୁ ଯାଇ ପାର୍ଟି କରିଥିଲେ ସମସ୍ତେ । ଯୁବତୀଙ୍କୁ ମଦ ପିଇବାକୁ ବାଧ୍ୟ କରିଥିଲେ ଉଦିତ୍ । ମନା କରିବାରୁ କୋଲ୍ଡ୍ରିଙ୍କ୍ସରେ ନିଶା ଦେଇଥିଲେ । ଅଚେତ୍ ଅବସ୍ଥାରେ ଅଧଘଣ୍ଟା ଧରି ଦୁଷ୍କର୍ମ କରିଥିଲେ । ମାର୍ଚ୍ଚ ୧୮ ତାରିଖରେ ଏହି ଘଟଣା ଘଟିଥିବା ବେଳେ, ରବିବାର ମଞ୍ଚେଶ୍ୱର ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି ପୀଡ଼ିତା ।