fbpx

ଦେଶରେ UG-PG ମେଡିକାଲ ସିଟ୍ ସଂଖ୍ୟା ସମାନ ହେବ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶରେ ସ୍ନାତକ ଓ ସ୍ନାତକୋତ୍ତର ମେଡିକାଲ ସିଟ୍ ସଂଖ୍ୟା ସମାନ ହେବ । ଆସନ୍ତା ୪ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ସମାପନ ନେଇ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି । ଏହାଫଳରେ ସମସ୍ତ ଏମବିବିଏସ ଡିଗ୍ରୀଧାରୀ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ପ୍ରବେଶ କରିପାରିବେ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏନେଇ ସୂଚନା ଦେଇଛନ୍ତି ।

ଗ୍ଲୋବାଲ ଆସୋସିଏସନ ଅଫ୍ ଫିଜିସିଆନ ଅଫ୍ ଇଣ୍ଡିଆନ ଅରିଜିନ (ଜିଏପିଆଇଓ)ର ୧୧ତମ ବାର୍ଷିକ ସମ୍ମିଳନୀ ଅବସରରେ ଶ୍ରୀ ମାଣ୍ଡଭିୟ କହିଛନ୍ତି, ଚଳିତ ବର୍ଷ ଏପ୍ରିଲ-ମେରେ ହେବାକୁ ଥିବା ‘ହିଲ ଇନ ଇଣ୍ଡିଆ, ହିଲ ବାଏ ଇଣ୍ଡିଆ’ ଏକ୍ସପୋରେ ୭୦ରୁ ଅଧିକ ଦେଶର ହସ୍ପିଟାଲ ଓ ଦେଶର ବିଭିନ୍ନ ହସ୍ପିଟାଲ ମଧ୍ୟରେ ଏମଓୟୁ ସ୍ୱାକ୍ଷର କରାଯିବ । ଦେଶରେ ଡିସପେନ୍ସାରୀ ଖୋଲୁଛି ଫଳରେ ଡାକ୍ତରଙ୍କର ଆବଶ୍ୟକତା ପଡ଼ୁଛି ।

ଗତ ୮ ବର୍ଷ ପୂର୍ବରୁ ଭାରତରେ ଏମବିବିଏସ ସିଟ୍ ସଂଖ୍ୟା ୫୧ ହଜାର ରହିଥିଲା । ମାତ୍ର ଆଜି ଆମ ପାଖରେ ୧,୦୦,୨୨୬ ଅଣ୍ଡର ଗ୍ରାଜୁଏଟ ସିଟ୍ ରହିଛି । ଏଥିସହିତ ପୋଷ୍ଟ ଗ୍ରାଜୁଏଟ ସିଟ୍ ସଂଖ୍ୟା ୩୪ ହଜାରରୁ ବୃଦ୍ଧି ପାଇ ୬୪ ହଜାରରେ ପହଞ୍ଚିଛି । ଏମବିବିଏସ ୟୁଜି ଓ ପିଜି ସିଟ ସଂଖ୍ୟା ସମାନ ରଖିବାକୁ ଆମେ ପ୍ରୟାସ କରୁଛୁ । ଏହାଦ୍ୱାରା ଆମର ସମସ୍ତ ଡାକ୍ତରଙ୍କୁ ପିଜି ପାଠ୍ୟକ୍ରମରେ ପ୍ରବେଶ ନେବାର ସୁଯୋଗ ମିଳିବ । ଏଥିସହିତ ସମସ୍ତେ ସର୍ବୋତ୍ତମ ସ୍ୱାସ୍ଥ୍ୟ ଶିକ୍ଷା ଗ୍ରହଣ ମଧ୍ୟ କରିପାରିବେ ।

Get real time updates directly on you device, subscribe now.