fbpx

ଭୁବନେଶ୍ୱରରେ ଜଣେ ବ୍ରିଟେନ ଫେରନ୍ତା ବ୍ୟକ୍ତି ଚିହ୍ନଟ

Advertisement

ଭୁବନେଶ୍ୱର,୨୩ ।୧୨(ଓଡିଶା ଭାସ୍କର): କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ଦେଶବ୍ୟାପୀ ଆତଙ୍କ ଖେଳିଯାଇଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ ଜଣେ ବ୍ରିଟେନ ଫେରନ୍ତା ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଡିସେମ୍ବର ୧୮ରେ ବ୍ରିଟେନରୁ ଭୁବନେଶ୍ୱର ଫେରିଥିଲେ ସଂପୃକ୍ତ ବ୍ୟକ୍ତି । କୋରୋନା ପଜିଟିଭ୍‌ ଚିହ୍ନଟ ପରେ ତାଙ୍କୁ ସମ୍‌ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରିବାର ଲୋକଙ୍କ ନମୁନା ପରୀକ୍ଷା ପାଇଁ ପଠାଇଛି ଭୁବନେଶ୍ବର ମହାନଗର ନିଗମ ।

ତେବେ ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ନୂଆ ଏସଓପି ଜାରି ହୋଇଛି । ଲକ୍ଷଣ ଥିବା ୫୫ବର୍ଷରୁ ଉଦ୍ଧ୍ୱର୍ ସବୁ ଯାତ୍ରୀଙ୍କ ଆଣ୍ଟିଜେନ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀଙ୍କ ସମ୍ପର୍କରେ ସୂଚନା ଦେବେ ବିମାନ ସେବା ପ୍ରଦାନକାରୀ ସଂସ୍ଥା । ଏନେଇ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ । ବିମାନ ବନ୍ଦର ଟର୍ମିନାଲ ପରିସରରେ ବିଏମସି ପକ୍ଷରୁ ଯାତ୍ରୀଙ୍କ ଯାଞ୍ଚ ହେବ । ସ୍ୱତନ୍ତ୍ର କିଓସ୍କରେ ଯାତ୍ରୀଙ୍କ ଯାଞ୍ଚ ହେବ ବୋଲି ଜଣାପଡିଛି । ବର୍ତ୍ତମାନ ଭୁବନେଶ୍ୱରକୁ ଅର୍ନ୍ତଜାତୀୟ ବିମାନ ସେବା ବନ୍ଦ ଅଛି । ପ୍ରତ୍ୟେକ ଦିନ ୨୭ଟି ବିମାନ ଆସୁଛି ଓ ୨୭ଟି ବିମାନ ଭୁବନେଶ୍ୱରରୁ ଯାଉଛି । ଏନେଇ ଭୁବନେଶ୍ୱର ବିମାନ ବନ୍ଦର କାର୍ଯ୍ୟକାରୀ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.