fbpx

କରୋନାର ନୂଆ ରୂପକୁ ନେଇ ୟୁରୋପରେ ହାହାକାର

Advertisement

ନୂଆଦିଲ୍ଲୀ, ୨୩ା୧୨: ଟିକା ଆସିବାକୁ ନେଇ ବିଶ୍ୱବାସୀ ଅପେକ୍ଷା କରି ରହିଥିବା ବେଳେ ବର୍ତ୍ତମାନ କରୋନାର ନୂଆ ରୂପକୁ ନେଇ ଚାରିଆଡ଼େ ହାହାକାର ସୃଷ୍ଟି ହୋଇଛି । ୟୁକେରେ ଅନେକ ନୂଆ ମାମଲା ସାମନାକୁ ଆସିଛି । କେବଳ ୟୁକେ ନୁହେଁ, ସମଗ୍ର ୟୁରୋପ ଏହା ଦ୍ୱାରା ପ୍ରଭାବିତ ହୋଇଛି ।

ଇତିମଧ୍ୟରେ କିଛି ୟୁରୋପୀୟ ଦେଶ ବ୍ରିଟେନରୁ ସେମାନଙ୍କର ବିମାନ ସେବା ବନ୍ଦ କରିଦେବା ସହ ଯାତ୍ରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଜର୍ମାନୀ ସରକାର ଲକାଡାଉନ ସମୟରେ ଯେଉଁ ନିୟମଗୁଡ଼ିକ ହଟାଇଦେଇଥିଲେ ସେଗୁଡ଼ିକୁ ପୁଣି ଥରେ ଲାଗୁ କରିଛନ୍ତି । ସ୍କୁଲଗୁଡ଼ିକର ଅନଲାଇନ କ୍ଲାସକୁ ଗୁରୁତ୍ୱ ଦେଇଛନ୍ତି । କାର୍ଯ୍ୟରେ ଯୋଗଦାନ କରିଥିବା କର୍ମଚାରୀଙ୍କୁ ପୁନର୍ବାର ଘରେ ରହି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି ।

କରୋନାର ଏଇ ନୂତନ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ବ୍ରିଟେନରୁ ଆସୁଥିବା ବିମାନ ଉପରେ କଟକଣା ଲଗାଇ ସାରିଛନ୍ତି । ଅତୀତରେ ଯେଉଁମାନେ ବ୍ରିଟେନରୁ ଆସିଛନ୍ତି, ସେମାନଙ୍କୁ ଟ୍ରାକିଂ କରାଯାଉଛି ।

Get real time updates directly on you device, subscribe now.