fbpx

ୟୁକ୍ରେନ ସଙ୍କଟ: ବଢ଼ିଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ: କରୋନା କଟକଣା ଓ ଅନ୍ୟାନ୍ୟ ସମସ୍ୟା କାରଣରୁ ଅଶୋଧିତ ତୈଳ ଦର ପୂର୍ବରୁ ଆକାଶ ଛୁଆଁ ହୋଇଥିଲା । ଆଉ ଏବେ ପୁଣି ୟୁକ୍ରେନ୍ ସଙ୍କଟ ଦେଖାଦେବା ପରେ ଭାରତରେ ଉପରେ ଏହାର ପ୍ରଭାବ ପଡ଼ିଛି । ଆନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇଛି । ୟୁକ୍ରେନ ସଙ୍କଟ ପରେ ବ୍ୟାରେଲ୍ ପିଛା ୧୦୦ ଡଲାର୍ ଟପିଛି ଅଶୋଧିତ ତୈଳ ଦର ।

ଦେଶରେ ଇନ୍ଧନ ଦର ୭-୮ ଟଙ୍କ ପ୍ରତି ଲିଟର୍ ପିଛା ବଢ଼ିବାର ଆଶଙ୍କା ରହିଛି । ମଙ୍ଗଳବାର ଦିନ ପୁଟିନ୍ ୟୁକ୍ରେନକୁ ନିଜର ସେନାକୁ ପଠାଇବା ପରେ ଯୁଦ୍ଧ ପରିସ୍ଥିତି ଆଶଙ୍କା ବଢ଼ିଥିଲା । ଏହାର ପ୍ରଭାବରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୦୦ ଡଲାର୍ ଟପିଛି ।

Get real time updates directly on you device, subscribe now.