fbpx

Ukraine-Russia war: ବାଇଡେନ କହିଲେ- ‘ଏକାଠି ରୁଷିଆକୁ ଜବାବ ଦେବୁ’

ନୂଆଦିଲ୍ଲୀ: ୟୁକ୍ରେନ୍ ବିରୋଧ ଯୁଦ୍ଧ ଆରମ୍ଭ କରିଛି ରୁଷ । ରୁଷ ରାଷ୍ଟ୍ରପତି ପୁଟିନଙ୍କ ଯୁଦ୍ଧ ଘୋଷଣାକୁ ନେଇ ନିନ୍ଦା କରିଛି ଆମେରିକା । ହ୍ୱାଇଟ ହାଉସ ପକ୍ଷରୁ ରାଷ୍ଟ୍ରପତି ବାଇଡେନ୍ ପ୍ରେସ୍ ରିଲିଜ କରିଛନ୍ତି । ସ୍ଥିତି ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ବାଇଡେନ୍ । କାଲି ଜି-୭ ରାଷ୍ଟ୍ରନେତାଙ୍କୁ ନେଇ ବୈଠକ ଡାକିଛନ୍ତି ବାଇଡେନ୍ । ଏନଏଟିଓ ସହଯୋଗୀ ରାଷ୍ଟ୍ରଙ୍କ ସହ ଆଲୋଚନା ନେଇ ସୂଚନା ରହିଛି ।

ବାଇଡେନ କହିଛନ୍ତି ଯେ, ‘ଯୁଦ୍ଧରେ ଯାହା ବି କ୍ଷୟକ୍ଷତି ହେବ ରୁଷିଆ ଦାୟୀ ହେବ । ଆମେରିକା ଓ ସହଯୋଗୀ ଦେଶ ଏକତ୍ର ଏହାର ଜବାବ ଦେବେ । ରୁଷିଆକୁ ଏଥିପାଇଁ ବିଶ୍ୱ ଆଗରେ ଜବାବ ଦେବାକୁ ପଡ଼ିବ ।’

ଅନ୍ୟପଟେ ଆକ୍ରମଣ ବନ୍ଦ କରିବାକୁ ଜାତିସଂଘ ପରାମର୍ଶ ଦେଇଛି । ରୁଷିଆ ୟୁକ୍ରେନ୍ ସ୍ଥିତିକୁ ଚିନ୍ତା ପ୍ରକଟ କରିଛି ଭାରତ । ଏହି ପ୍ରସଙ୍ଗକୁ ନେଇ ଜାତିସଂଘରେ ଚିନ୍ତା ପ୍ରକଟ କରିଛି ଭାରତ । ଭାରତ କହିଛି କି, ‘ପରିସ୍ଥିତି ସଙ୍କଟଜନକ, ସମସ୍ତଙ୍କୁ ଧ୍ୟାନ ଦେବା ଜରୁରୀ । ସତର୍କତାର ସହ ପରିସ୍ଥିତି ନ ସମ୍ଭାଳିଲେ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇପାରେ ।’

Get real time updates directly on you device, subscribe now.