fbpx

ୟୁକ୍ରେନ-ରୁଷ ଯୁଦ୍ଧ: ୟୁକ୍ରେନର ରାଜଧାନୀ କିଭରେ ପ୍ରଚଣ୍ଡ ବିସ୍ଫୋରଣ

କିଭ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ୟୁକ୍ରେନର ରାଜଧାନୀ କିଭ ସହିତ ଅଲଗା ଅଲଗା ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିାକୁ ମିଳିଛି । କିଭ ବ୍ୟତୀତ ଖାରକିଭ ସହରରେ ବି ବ୍ଲାଷ୍ଟ ହୋଇଛି । ଏହା ପୂର୍ବରୁ ଗୁରୁବାର ସକାଳେ ଡୋନେଟକ୍ସରେ ୫ଟି ବିସ୍ଫୋରଣ ହୋଇଥିଲା ।

ତେବେ ଯେଉଁ ଡୋନେଟକ୍ସରେ ୫ଟି ବିସ୍ଫୋରଣ ହୋଇଛି, ତାହା ସେହି ୨ଟି ଅଞ୍ଚଳ ମଧ୍ୟରୁ ଗୋଟିଏ ଯାହାକୁ ରୁଷ ଏକ ନୂଆ ଦେଶ ଭାବେ ମାନ୍ୟତା ଦେଇଛି । ଏହାରି ମଧ୍ୟରେ ରୁଷ ରାଷ୍ଟ୍ରପତି ଗ୍ଲାଦିମିର ପୁଟିନ୍ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି । ଏହା ସହ ୟୁକ୍ରେନ୍ ସେନାକୁ ଆତ୍ମସମର୍ପଣ ପାଇଁ କହିଛନ୍ତି ପୁଟିନ୍ । ୟୁକ୍ରେନ୍ ଉପରେ ଆକ୍ରମଣ ପରେ ଅନ୍ୟ ରାଷ୍ଟ୍ରକୁ ଚେତାବନୀ ଦେଇ ପୁଟିନ କହିଛନ୍ତି ଯେ, ‘ୟୁକ୍ରେନ୍ ମାମଲାରେ ହସ୍ତକ୍ଷେପ କଲେ ପରିଣାମ ଭୟଙ୍କର ହେବ । ଏମିତି ପରିଣାମ ହେବ ଯାହା ବିଷୟରେ ଚିନ୍ତା କରିନଥିବେ ।’ ଅନ୍ୟପଟେ ଆକ୍ରମଣ ବନ୍ଦ କରିବାକୁ ଜାତିସଂଘ ପରାମର୍ଶ ଦେଇଛି ।

Get real time updates directly on you device, subscribe now.