fbpx

Ukraine-Russia War: ପୁଟିନଙ୍କ ଧମକ, ବାତିଲ ହେଲା ଉଡ଼ାଣ

ନୂଆଦିଲ୍ଲୀ: ୟୁକ୍ରେନ-ଋଷିଆ ଯୁଦ୍ଧ ଆରମ୍ଭ ହୋଇଯାଇଛି । ସ୍ଥିତି ବର୍ତ୍ତମାନ ବିଗିଡ଼ିବାରେ ଲାଗିଛି । ଏହା ଭିତରେ ମିଲିଟାରୀ ଅପରେସନ୍ ଘୋଷଣା ପରେ ରାଷ୍ଟ୍ରପତି ପୁଟିନ ୟୁକ୍ରେନକୁ ଧମକ ଦେଇଛନ୍ତି । ବିଶ୍ୱ ରାଷ୍ଟ୍ରନେତାଙ୍କ ଉଦ୍ଦେଶ୍ୟରେ ପୁଟିନ୍ ଧମକ ଦେଇଛନ୍ତି । ୟୁକ୍ରେନ ବ୍ୟାପାରରେ ହସ୍ତକ୍ଷେପ କଲେ କଡ଼ା ଜବାବ ଦେବୁ ବୋଲି କହିଛନ୍ତି ପୁଟିନ୍ ।

ଅନ୍ୟପଟେ ବାୟୁସୀମାରେ ଉଡ଼ାଣ ବାତିଲ କରିଛନ୍ତି ୟୁକ୍ରେନ ସରକାର । ସମସ୍ତ ବେସାମରିକ ବିମାନ ଉଡ଼ାଣ ଉପରେ ରୋକ୍ ଲଗାଯାଇଛି । ପ୍ରତ୍ୟାବର୍ତ୍ତନ ଅପେକ୍ଷାରେ ଥିବା ପ୍ରବାସୀଙ୍କ ଏବେ ସମସ୍ୟା ଦ୍ୱିଗୁଣ ହୋଇଛି । ଏହାସହିତ ୟୁକ୍ରେନର ପରିସ୍ଥିତିକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘର ପୁଣି ଜରୁରୀ ବୈଠକ ବସିଛି । ୩ ଦିନ ଭିତରେ ଦ୍ୱିତୀୟ ଥର ପାଇଁ ସୁରକ୍ଷା ପରିଷଦର ବୈଠକ ବସିଛି । ରୁଷିଆର ମିଲିଟାରୀ ଅପରେସନ୍ ଘୋଷଣା ପରେ ବୈଠକ କରାଯାଇଛି ।

Get real time updates directly on you device, subscribe now.