fbpx

ପରିସ୍ଥିତି ସଙ୍କଟଜନକ: ୟୁକ୍ରେନରୁ ଫେରିଲେ ଆଉ ୧୮୨ ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଛି ରୁଷିଆ । ୟୁକ୍ରେନ ବିରୋଧରେ ସେନା ଅପରେସନ ପାଇଁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି । ୟୁକ୍ରେନ ସେନାକୁ ଆତ୍ମସମର୍ପଣ ପାଇଁ କହିଛନ୍ତି ରୁଷିଆ ରାଷ୍ଟ୍ରପତି । ଆକ୍ରମଣ ବନ୍ଦ କରିବାକୁ ଜାତିସଂଘ ପରାମର୍ଶ ଦେଇଛି ।

ଏହାରି ମଧ୍ୟରେ ୟୁକ୍ରେନରୁ ଫେରିଛନ୍ତି ଆଉ ୧୮୨ ଭାରତୀୟ । ସକାଳ ୭ଟା ୪୮ରେ ଦିଲ୍ଲୀ ବିମାନବନ୍ଦରରେ ସେମାନେ ପହଞ୍ଚିଛନ୍ତି । ଭାରତୀୟ ଛାତ୍ରଛାତ୍ରୀଙ୍କ ସମେତ ଆଉ କିଛି ବ୍ୟକ୍ତି ମଧ୍ୟ ଫେରିଛନ୍ତି ।

ରୁଷିଆ ୟୁକ୍ରେନ୍ ସ୍ଥିତିକୁ ଚିନ୍ତା ପ୍ରକଟ କରିଛି ଭାରତ । ଏହି ପ୍ରସଙ୍ଗକୁ ନେଇ ଜାତିସଂଘରେ ଚିନ୍ତା ପ୍ରକଟ କରିଛି ଭାରତ । ଭାରତ କହିଛି କି, ‘ପରିସ୍ଥିତି ସଙ୍କଟଜନକ, ସମସ୍ତଙ୍କୁ ଧ୍ୟାନ ଦେବା ଜରୁରୀ । ସତର୍କତାର ସହ ପରିସ୍ଥିତି ନ ସମ୍ଭାଳିଲେ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇପାରେ ।’

Get real time updates directly on you device, subscribe now.