fbpx
BSKY SKY
BSKY SKY

(ଦେଖନ୍ତୁ ଭିଡ଼ିଓ) ଚାଲିଥିଲା ଭୋଟ୍ କିଣା: ମହିଳାଙ୍କ ବ୍ୟାଗରୁ ବାହାରିଲା କଣ୍ଡୋମ ଓ ବିଡ଼ା ବିଡ଼ା ଟଙ୍କା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ବା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି । ମତଦାନର ଗୋଟିଏ ଦିନ ପୂର୍ବରୁ ପ୍ରଚାର ବନ୍ଦ ଥିବାବେଳେ ଅନେକ ସ୍ଥାନରେ ଟଙ୍କା ବାଣ୍ଟିବା ଘଟଣା ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ନିର୍ବାଚନ ପୂର୍ବରୁ ଟଙ୍କା ବାଣ୍ଟି ହଟହଟା ହୋଇଛନ୍ତି ଦୁଇ ମହିଳା । ଦୁଇ ମହିଳା ଟଙ୍କା ବାଣ୍ଟୁ ଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡି ଯାଇଥିଲେ । ରାଜଧାନୀର ଉମା ଦେଇପୁର ପଞ୍ଚାୟତର ଜସୁଆପୁର ଗ୍ରାମରେ ଏହି ଘଟଣାଟି ଘଟିଥିଲା । ମହିଳାଙ୍କ ବ୍ୟାଗରୁ ଆପତ୍ତିଜନକ ସାମଗ୍ରୀ ବା କଣ୍ଡୋମ ସହ ବିଡ଼ା ବିଡ଼ା ଟଙ୍କା ଜବତ ହୋଇଥିବା ଗ୍ରାମବାସୀ କହିଛନ୍ତି । ଲୋକଙ୍କୁ କିଣିବାକୁ ୨ ମହିଳା ଟଙ୍କା ବାଣ୍ଟୁଥିବା ଗ୍ରାମବାସୀ କହିଛନ୍ତି ।

ତେବେ ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରିବା ମହିଳାଙ୍କ ପର୍ସ ଝିଙ୍କି ଟଙ୍କା ବାହାର କରିଥିଲେ । ଏହା ପରେ ସୋମନେ ପିସିଆର ଓ ମିଡିଆ ଭାଇମାନଙ୍କୁ ଡାକିଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଗ ଜବତ କରିଥିବା ବେଳେ କଣ୍ଡୋମ ଜବତ କରିନଥିବା ଗ୍ରାମବାସୀ କହିଛନ୍ତି । ପଣ୍ଡା ସାହିର ୧୧ ନମ୍ବର ୱାର୍ଡରେ ଟଙ୍କା ବାଣ୍ଟାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ୨ ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କ ବ୍ୟାଗରୁ ୪୦/୫୦ ହଜାର ଟଙ୍କା ଜବତ କରାଯାଇଛି । ଦୁଇ ମହିଳା ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର କର୍ମୀ ହୋଇଥିବା ବେଳେ ଟଙ୍କା ବାଣ୍ଟିବାରେ କାହିଁକି ସମ୍ପୃକ୍ତ ଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.