fbpx

ମେଡିକାଲ ଶିକ୍ଷା ସମାପ୍ତ କରିପାରିବେ ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ରଛାତ୍ରୀ: ମିଳିଲା ଏକ ବଡ଼ ସୁଯୋଗ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ହଜାର ହଜରା ଭାରତୀୟ ମେଡିକାଲ ଛାତ୍ରଛାତ୍ରୀଙ୍କ କ୍ୟାରିୟର ସଙ୍କଟଜନକ ସ୍ଥିତିକୁ ଚାଲି ଯାଇଛି । ଯୁଦ୍ଧ କାରଣରୁ ୟୁକ୍ରେନରେ ମେଡିକାଲ ପଢ଼ୁଥିବା ଅନେକ ବିଦ୍ୟାର୍ଥୀ ଅଧାରୁ ପାଠ ଛାଢ଼ି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ନିକଟରେ ନ୍ୟାସନାଲ ମେଡିକାଲ କମିସନ (ଏନଏମସି) ପକ୍ଷରୁ କିଛି ସୂଚନା ଜାରି ହୋଇଥିବା ବେଳେ ତାହା ଛାତ୍ରଛାତ୍ରୀଙ୍କର ସମସ୍ୟାକୁ ସମାଧାନ କରିବାରେ ସକ୍ଷମ ହୋଇନଥିଲା । ଏଭଳି ସ୍ଥିତିରେ ନିଜର କ୍ୟାରିୟରକୁ ନେଇ ଆଶଙ୍କା ମଧ୍ୟରେ ରହିଛନ୍ତି ଛାତ୍ରଛାତ୍ରୀ ।

ତେବେ ଏହା ମଧ୍ୟରେ ୟୁକ୍ରେନ ଫେରନ୍ତା ଭାରତୀୟ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁଖବର ଆସିଛି । ୟୁକ୍ରେନରୁ ଅଧାରୁ ପାଠ ଛାଡ଼ି ଫେରି ଆସିଥିବା ମେଡିକାଲ ଛାତ୍ରଛାତ୍ରୀ ଏବେ ନିଜର ପାଠପଢ଼ା ସମ୍ପୂର୍ଣ୍ଣ କରିପାରିବେ । ଏନେଇ ଆଗକୁ ଆସିଛି ଉଜବେକିସ୍ତାନ । ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ରଛାତ୍ରୀମାନେ ଉଜବେକିସ୍ତାନର ୟୁନିଭରସିଟିରେ ନିଜର ଶିକ୍ଷା ସମାପ୍ତ କରିପାରିବେ ।

ଭାରତରେ ଅବସ୍ଥାପିତ ଉଜବେକିସ୍ତାନ ରାଷ୍ଟ୍ରଦୂତ ଦିଲଶୋଦ ଅଖତୋଭ ଏକ କାର୍ଯ୍ୟକ୍ରମ ଅବସରରେ ଏ ବିଷୟରେ ସୂଚନା ସୂଚନା ଦେଇଛନ୍ତି । ଏହି ଅବସରରେ ସେ କିଛି ଛାତ୍ରଛାତ୍ରୀଙ୍କ ପାଇଁ ‘ପ୍ରୋଭିଜନାଲ ଆଡମିସନ ଲେଟର’ ଜାରି କରିଛନ୍ତି । ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରଙ୍କ ପାଇଁ ଭାରତୀୟ ମେଡିକାଲ କଲେଜରେ ନାମଲେଖାଇବାର କୌଣସି ବ୍ୟବସ୍ଥା ନଥିଲା । ଏହି କାରଣରୁ ୟୁକ୍ରେନ ଫେରିଯାଇ ପୁନର୍ବାର ଶିକ୍ଷା ପୂରଣ କରିବା ସେମାନଙ୍କର ଏକମାତ୍ର ବିକଳ୍ପ ଥିଲା । ତେବେ ଯେଉଁ ଛାତ୍ରଛାତ୍ରୀମାନେ ସେମାନେ ପାଠପଢ଼ା ସମାପ୍ତ କରିବାକୁ ଚାହାନ୍ତି ସେମାନଙ୍କ ପାଇଁ ଉଜବେକିସ୍ତାନ ଯିବାର ଏକ ସୁଯୋଗ ରହିଛି । ମୋଟ ୨ ହଜାର ଭାରତୀୟ ମେଡିକାଲ ଛାତ୍ରଛାତ୍ରୀଙ୍କୁ ଉଜବେକିସ୍ତାନ ମେଡିକାଲ ଶିକ୍ଷାନୁଷ୍ଠାନକୁ ଟ୍ରାନ୍ସଫର କରିବା ସମ୍ଭବ ବୋଲି କୁହାଯାଇଛି ।

Get real time updates directly on you device, subscribe now.