fbpx

ଗୁଳିମାଡ଼ରେ ଥରିଲା ଆମେରିକାର ଏହି ସହର, ନାବାଳକର ଗୁଳିରେ ପୋଲିସ ଅଧିକାରୀ ସମେତ ୫ ମୃତ…

ୱାଶିଙ୍ଗଟନ: ଆମେରିକାର ଉତ୍ତର କାରୋଲିନାରେ ଗୁଳିମାଡ଼ରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଘଟଣାରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୫ ଜଣକ ମୃତ୍ୟୁ ହୋଇଛି । କୁହାଯାଉଛି ଯେ ମୃତକଙ୍କ ସଂଖ୍ୟା ବଢ଼ିପାରେ । ରେଲେ ପୋଲିସ ସୂଚନା ଦେଇଛି ଯେ ଅଭିଯୁକ୍ତ ଜଣକ କିଶୋର । ଏବେ ଏହି ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଜାରିରହିଛି । ଲୋକଙ୍କୁ ଘରେ ରହିବାକୁ ଅପିଲ କରାଯାଇଛି । ଉତ୍ତର କାରୋଲିନାର ମେୟର ରୟ କୁପର ଏନେଇ ସୂଚନା ଦେଇଛନ୍ତି ।

ପୋଲିସ ଅଧିକାରୀ କହିଛନ୍ତି ଯେ ମୃତକଙ୍କ ସଂଖ୍ୟା ବଢ଼ିପାରେ । କାରଣ ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେହିଭଳି ଆହତଙ୍କ ଚିକିତ୍ସା ପାଇଁ ୱେକମେଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଧରିବାକୁ ପ୍ରୟାସ କରୁଛି ।

Get real time updates directly on you device, subscribe now.