fbpx

ବିମାନରେ ବୋମା ଆତଙ୍କ ! ଦିଲ୍ଲୀରେ ଓହ୍ଲାଇଲା ମସ୍କୋରୁ ଆସୁଥିବା ଫ୍ଲାଇଟ…

ନୂଆଦିଲ୍ଲୀ: ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଆତଙ୍କ ଖେଳିଯାଇଥିଲା । ଫ୍ଲାଇଟ୍ ଦିଲ୍ଲୀ ଏୟାରପୋର୍ଟରେ ରାତି ୩:୨୦ ରେ ଇମରଜେନ୍ସୀ ଲାଣ୍ଡିଂ କରିଥିଲା । ସବୁ ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କୁ ବିମାନରୁ ତଳକୁ ଓହ୍ଲାଯାଇଥିଲା । ଏହାପରେ ବିମାନରେ ଯାଞ୍ଚ କରାଯାଇଥିଲା । ବିମାନରେ ୩୮୬ ଯାତ୍ରୀ ଏବଂ ୧୬ କ୍ରୁ ମେମ୍ବର ଥିଲେ ।

ସୂଚନା ଅନୂଯାୟୀ, ବିଳମ୍ବିତ ରାତି ପ୍ରାୟ ୧୧.୧୫ ମିନଟରେ ସୂଚନା ମିଳିଥିଲା ଯେ ମସ୍କୋରୁ  ୩:୨୦ ସମୟରେ ଦିଲ୍ଲୀ ଆସୁଥିବା ବିମାନ ନମ୍ବର ଏସୟୁ ୨୩୨ରେ ବମ୍ ରହିଛି । ବିମାନରେ ବମ୍ ସୂଚନା ମିଳିବା ପରେ ସବୁ ଏଜେନ୍ସୀଙ୍କୁ ସତର୍କ କରଯାଇଥିଲା । ଏହାପରେ ବୋମା ନିଷ୍କ୍ରୟକାରୀ ଦଳକୁ ନିୟୋଜିତ କରାଯାଇଥିଲା । ବିମାନକୁ ରନୱେ ୨୯ ରେ ଓହ୍ଲାଯାଇଥିଲା । ସବୁଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଓହ୍ଲାଯାଇଥିଲା । ଏବଂ ବିମାନର ଚେକିଂ କରାଯାଇଥିଳା । ଅବଶ୍ୟ ବିମାନରେ କୌଣସି ବୋମା ମିଳିନଥିଲା ।

Get real time updates directly on you device, subscribe now.