fbpx
BJD SKY
BJD SKY

ଆସନ୍ତାକାଲି ୫ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଜାତିସଂଘ ସାଧାରଣ ପରିଷଦ ଅଧ୍ୟକ୍ଷ

BJD

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭାର ସଭାପତି ଡେନିସ୍ ଫ୍ରାନ୍ସିସ୍ ଜାନୁଆରୀ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ଭାରତ ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ଡେନିସ୍ ଫ୍ରାନ୍ସିସ୍ ନୂଆଦିଲ୍ଲୀ, ଜୟପୁର ଓ ମୁମ୍ବାଇ ଗସ୍ତ କରିବେ। ଏହି ସମୟରେ ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ମଧ୍ୟ ଭେଟିବେ।

ଏହି ଗସ୍ତ ସମୟରେ ଡେନିସ୍ ଫ୍ରାନ୍ସିସ୍ ଭାରତୀୟ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେ ନାଗରିକ ସମାଜ ଏବଂ ଅଗ୍ରଣୀ ଥିଙ୍କଟ୍ୟାଙ୍କ ସହିତ ମଧ୍ୟ ସାକ୍ଷାତ କରିବେ। ଏହି ଗସ୍ତ ସମୟରେ ସେ ନିରନ୍ତର ବିକାଶ, ବହୁପକ୍ଷବାଦ, ଆକ୍ସେସ୍ ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ସମ୍ପର୍କିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ତ୍ରିନିଦାଦ ଏବଂ ଟୋବାଗୋ କୂଟନୀତିଜ୍ଞ ଡେନିସ୍ ଫ୍ରାନ୍ସିସ୍ ୨୦୨୧ ରୁ ନ୍ୟୁୟର୍କରେ ଜାତିସଂଘରେ ତାଙ୍କ ଦେଶର ସ୍ଥାୟୀ ପ୍ରତିନିଧି ଅଛନ୍ତି। ୨୦୨୩ ଜୁନ୍ ପହିଲାରେ ସେ ଜାତିସଂଘ ସାଧାରଣ ସଭାର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେପ୍ଟେମ୍ବର ୫ତାରିଖରୁ ଆରମ୍ଭ ହୋଇଥିବା ଜାତିସଂଘ ସାଧାରଣ ପରିଷଦର ୭୮ତମ ଅଧିବେଶନରେ ସେ ଅଧ୍ୟକ୍ଷତା କରିଥିଲେ।

Get real time updates directly on you device, subscribe now.