fbpx

ଆଇପିଏଲ୍-୧୫ ନିଲାମ, ଅନକ୍ୟାପଡ୍‌ ଖେଳାଳିଙ୍କୁ ବଡ ସୁଯୋଗ ସମ୍ଭାବନା

ନୂଆଦିଲ୍ଲୀ: ଦେଶ ବିଦେଶର ପୁରୁଖା ଖେଳାଳିଙ୍କୁ କିଣିବା ପାଇଁ ସବୁ ଫ୍ରାଞ୍ଚାଇଜଙ୍କର ଲକ୍ଷ୍ୟ ଥିବା ବେଳେ ଅନେକ ଅନକ୍ୟାପଡ୍‌ ଖେଳାଳିଙ୍କୁ ବଡ ସୁଯୋଗ ମିଳିବା ନିଶ୍ଚିତ । କାରଣ ସେମାନେ ଆଜି ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳି ନ ଥିଲେ ହେଁ ମ୍ୟାଚ ଜିଣିବା ଦକ୍ଷତା ରଖିଛନ୍ତି । ସେହିପରି ଖୁବ କମ ସଂଖ୍ୟକ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଯୁବ କ୍ରିକେଟରଙ୍କୁ ଦଳରେ ନେବା ପାଇଁ ମଧ୍ୟ ଅଧିକ ଚାହିଦା ରହିବ ।

ମୁଖ୍ୟତଃ ଗତ ବର୍ଷ ପଞ୍ଜାବ କିଙ୍ଗସ ପାଇଁ ଖେଳିଥିବା ପେସ୍‌ ବୋଲର ଆର୍ଶଦୀପ ସିଂ ଓ ଅନ୍ୟତମ ଖେଳାଳି ଉମରନ ମଲିକ ମଧ୍ୟ ଏହି ତାଲିକାରେ ଅଛନ୍ତି । ଆର୍ଶଦୀପ ଗତ ବର୍ଷ ୪ କୋଟିରେ ଅନୁବନ୍ଧିତ ହୋଇ ଥିବା ବେଳେ ଉମରନ ମଲିକଙ୍କୁ ସନରାଇଜର୍ସ ହାଇଦ୍ରାବାଦ ମଧ ୪ କୋଟିରେ କିଣିଥିଲା ।

ସେହିପରି ଅନ୍ୟତମ ଖେଳାଳି ତଥା ବାମହାତୀ ବ୍ୟାଟର ଯଶଭି ଜୟସ୍ୱାଲ, ଅବଦୁଲ ସାମଦଙ୍କ ପରି ଯୁବ ଖେଳାଳିଙ୍କ ଉପରେ କେତେକ ଫ୍ରାଞ୍ଚାଇଜର ନଜର ରହିଛି । ଗତ ବର୍ଷ ପଞ୍ଜାବ କିଙ୍ଗସ ପାଇଁ ଖେଳିଥିବା ଲେଗ ବ୍ରେକ ବୋଲର ରବି ବିଶନୋଇଙ୍କୁ ଚଳିତ ବର୍ଷ ଲକ୍ଷେ୍ନø ଫ୍ରାଞ୍ଚାଇଜ ସହିତ ୪ କୋଟି ଟଙ୍କାରେ ଅନୁବନ୍ଧିତ ହୋଇ ସାରିଛନ୍ତି । ସେହିପରି ଦେଶ ବିଦେଶର ଆହୁରି ଅନକ୍ୟାପଡ ଖେଳାଳି ସୁଯୋଗ ପାଇବା ବଡ ସମ୍ଭାବନା ରହିଛି ।

Get real time updates directly on you device, subscribe now.