fbpx

ବ୍ୟାନର ପୋଷ୍ଟର ଚିରାରୁ ନିର୍ବାଚନୀ ହିଂସା: ଗୋଷ୍ଠୀଙ୍କ ଭିତରେ ଲାଗିଲା ଗଣ୍ଡଗୋଳ, ୪ଜଣ ଆହତ, ୨ଗୁରୁତର

ଢେଙ୍କାନାଳ (ଭାସ୍କର ନ୍ୟୁଜ୍‌): ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ବେଗା ଗ୍ରାମରେ ଦୁଇ ସରପଞ୍ଚ ଗୋଷ୍ଠୀଙ୍କ ଭିତରେ ପ୍ରାର୍ଥୀଙ୍କ ପୋଷ୍ଟର ଚିରିବା କାରଣରୁ ନିର୍ବାଚନ ହିଂସା ବଢି ଗଣ୍ଡଗୋଳର ରୂପ ନେଇଥିଲା । ଫଳରେ ୪ ଜଣ ଆହତ ହେବା ସହ ୨ ଜଣ ଗୁରୁତର ହୋଇଥିବା ଯୋଗୁ ଥାନାରେ ମାମଲା ପହଞ୍ଚିଥିବା ଜଣାପଡିଛି ।

ସୂଚନାରୁ ପ୍ରକାଶ ଉକ୍ତ ଗ୍ରାମରେ ଅଷ୍ଟପ୍ରହରୀ ଆୟୋଜନ ହୋଇଥିବା ଯୋଗୁ ଦୁଇ ସରପଞ୍ଚ ଆଶାୟୀ ପ୍ରାର୍ଥୀଙ୍କ ସପକ୍ଷ ଲୋକ ସେଠାରେ ଉପସ୍ଥିତ ରହିଥିଲୋ ପ୍ରଚାର ପ୍ରସାର ପାଇଁ ବ୍ୟବହୃତ ହୋଇଥିବା ପୋଷ୍ଟରକୁ ବିପକ୍ଷ ଦଳର ସମର୍ଥକମାନେ ସ୍ଥାନୀୟ ଅଞ୍ଚଳର କାନ୍ଥ ଗୁଡିକରୁ ଚିରୁଥିବା ସମୟରେ ସେହି ଆଶାୟୀ ସରପଞ୍ଚ ପ୍ରାର୍ଥୀଙ୍କ ସହଯୋଗୀମାନେ ପୋଷ୍ଟର ନ ଚିରିବାକୁ କହିଥିଲେ । ଫଳରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ବିରୋଧି ଗୋଷ୍ଠୀର ୪ ଜଣ ଆହତ ହୋଇଥିଲେ । ଏହି ୪ ଜଣ ଆହତଙ୍କ ଭିତରୁ ୨ ଜଣ ଗୁରୁତର ହୋଇଛନ୍ତିା ଆହତ କଳାକର ଦେହୁରୀ ଶ୍ରୀରାମଚନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ସାଗର ସାହୁ,ସୁନୀଲ ବେହେରା ଓ କାଳନ୍ଦି ଜେନା ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତିା ଏହି ଗଣ୍ଡଗୋଳକୁ ଭୀମସେନ ସାହୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଅପର ଗୋଷ୍ଠିରେ ୭ ଜଣଙ୍କୁ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଅରଖ ନାୟକ ଓ ସୂର୍ଯ୍ୟମଣୀ ନାୟକଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛିା

Get real time updates directly on you device, subscribe now.