fbpx

ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର

ସୁନ୍ଦରଗଡ଼, ୨୨ା୯(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ପୋଷ୍ଟଅଫିସ ପଡ଼ାରୁ ଜଣେ ନାବଳିକାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର କରାଯାଇଛି । ଏହା ପରେ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଜଣେ ଯୁବକଙ୍କ ସହ ନାବାଳିକା ଜଣକ ଏକାଠି ରହୁଥିଲେ । ନାବାଳିକା ଜଣକ ୪ମାସର ଗର୍ଭବତୀ ମଧ୍ୟ ଥିଲେ । ଯୁବକ ଶ୍ରୀକାନ୍ତ ପ୍ରଧାନ ତାଙ୍କୁ କିରୋସିନ ଢ଼ାଳି ପୋଡ଼ି ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ବାପା । ଅଭିଯୋଗ ଆଧାରରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଯୁବକ ଜଣକ ଫେରାର ଥିବା ସୂଚନା ରହିଛି ।

Get real time updates directly on you device, subscribe now.