fbpx

ଇଞ୍ଜିନ ଅଏଲ କେତେ ପ୍ରକାରର ଏବଂ କେଉଁଟା ଆପଣଙ୍କ ଗାଡି ପାଇଁ ଭଲ ଆପଣ ଜାଣିଛନ୍ତି କି ?

ନୂଆଦିଲ୍ଲୀ: କାର ଏବଂ ବାଇକ ପାଇଁ ଅକ୍ସିଜେନ ହେଉଛି ଇଞ୍ଜିନ ଓଏଲ। ଏହା ହିଁ ଗାଡିର ସ୍ଥିତିକୁ ଭଲ ରଖିଥାଏ। କିଛି ଲୋକ ଗାଡିର ସର୍ଭିସିଙ୍ଗ କରାଇବା ପରେ ଇଞ୍ଜିନ ଅଏଲ ବଦଳାଇବାକୁ ଭୁଲି ଯାଆନ୍ତି। କିଛି ତ ଲୋକ ତ ପଇସା ବଞ୍ଚାଇବା ଚକ୍କରରେ ଏହାକୁ ବଦଳାନ୍ତି ନାହିଁ। ମେକାନିକ ବି ଏହାକୁ ଅଣଦେଖା କରିଥାଏ। କଣ ଆପଣ ଜାଣିଛନ୍ତି କି ଆପଣଙ୍କ ଗାଡି ପାଇଁ କେଉଁ ଇଞ୍ଜିନ ଅଏଲ ଭଲ। ଇଞ୍ଜିନର କ୍ଷମତା ଏବଂ ଅନେକ ଜିନିଷ ଦେଖିବା ପରେ ମେକାନିକ ଏହା ସ୍ଥିର କରିଥାଏ ଯେ, ଗାଡିରେ କେଉଁ କମ୍ପାନିର ଅଏଲ ପକାଯିବା ଉଚିତ୍।

ବଜାରରେ ଅଲଗା ଅଲଗା କମ୍ପାନିର ଅନେକ ଇଞ୍ଜିନ ଅଏଲ ଉପଲବ୍ଧ। ଏହାର ଚିହ୍ନଟ ଆପଣ ନିଜେ ବି କରି ପାରିବେ। ଏଥିପାଇଁ ଆପଣ ଏହାକୁ କିଣିବା ସମୟରେ କିଛି ଜିନିଷକୁ ଧ୍ୟାନରେ ରଖି ପାରିବେ।

୩ ପ୍ରକାରର ରହିଛି ଇଞ୍ଜିନ ଅଏଲ
ଇଞ୍ଜିନ ଅଏଲ ଚିହ୍ନିବା ପାଇଁ ସର୍ବ ପ୍ରଥମେ ଏହା ଜାଣିବା ଜରୁରୀ ଯେ, ଏହା କେତେ ପ୍ରକାରର ରହିଛି। ଇଞ୍ଜିନ ଅଏଲ ମୋଟ୍ ତିନି ପ୍ରକାରର। ଏହା ହେଉଛି ଫୁଲି ସିନ୍ଥେଟିକ, ସେମି ସିନ୍ଥେଟିକ ଏବଂ ମିନେରାଲ ଅଏଲ। ଏହାର ଚିହ୍ନଟ ଆପଣ ଗ୍ରେଡ୍ ଅନୁସାରେ କରି ପାରିବେ। ତିନି ଗ୍ରେଡ ମଧ୍ୟରେ ବହୁତ ପାର୍ଥକ୍ୟ ମଧ୍ୟ ରହିଛି। ଆପଣଙ୍କ ଗାଡି ପାଇଁ କେଉଁ ପ୍ରକାରର ଅଏଲ ଠିକ୍ ଏହାର ଯାଞ୍ଚ କରିବା ପାଇଁ ଆପଣ ନିଜ ଗାଡିର ବୁକଲେଟ୍ ପଢି ପାରିବେ। ଏହା ବ୍ୟତୀତ କୌଣସି ମେକାନିକଙ୍କୁ ବି ପଚାରି ବୁଝି ପାରିବେ।

ମିନେରାଲ ଇଞ୍ଜିନ ଅଏଲ
ଅଧିକାଂଶ କାର ଏବଂ ବାଇକରେ ମିନେରାଲ ଇଞ୍ଜିନର ବ୍ୟବହାର କରାଯାଏ। ଏହାର ସବୁଠୁ ବଡ ବିଶେଷତ୍ଵ ଏହା ଅଧିକ ଫ୍ରିକ୍ସନ ହେବା ସତ୍ତ୍ଵେ ବି ଏହି ଅଏଲ ଗରମକୁ ସହ୍ୟ କରି ଗାଡିର ଇଞ୍ଜିନରେ ପଯ୍ୟାପ୍ତ  ମାତ୍ରାରେ ଲୁବ୍ରିକେସନ ଏବଂ ପ୍ରୋଟେକ୍ସନ ଦେବାରେ ସହାୟକ ହୋଇଥାଏ। ସାମାନ୍ୟ ତାପମାତ୍ରାରେ ବି ଏହା ବହୁତ ଭଲ କାମ କରିଥାଏ। ଫୁଲି ସିନ୍ଥେଟିକ ଏବଂ ସେମି ସିନ୍ଥେଟିକ ସହ ଯଦି ତୁଳନା କରାଯାଏ ତେବେ ମିନେରାଲ ଇଞ୍ଜିନ ଅଏଲର ଦାମ ବହୁତ କମ ରହିଛି। ଅଧିକ ଗରମ ଏବଂ ଅଧିକ ଶୀତ ପରିବେଶରେ ଏହି ଅଏଲର ବ୍ୟବହାର ନକରିବା ହିଁ ଭଲ।

ସେମି ସିନ୍ଥେଟିକ ଅଏଲ
ଯଦି ଆପଣଙ୍କ ନିକଟରେ ଅଧିକ ଟଙ୍କା ନାହିଁ ଏବଂ ସୀମିତ ସମ୍ଵଳ ଭିତରେ ଅଏଲ କିଣି ଗାଡିରେ ପକାଇବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ସେମି ସିନ୍ଥେଟିକ ଅଏଲ ବହୁତ ଭଲ ବିକଳ୍ପ ହୋଇ ପାରିବ। ମିନେରାଲ ଅଏଲରେ କିଛି  ସିନ୍ଥେଟିକ ଅଏଲ ମିଶ୍ରଣ କରି ଏହାକୁ ପ୍ରସ୍ତୁତ କରାଯାଏ। ଏଥିରେ ଅଏଲର ଗୁଣବତ୍ତା ଆହୁରି ବଢିଯାଏ। କମ ତାପମାତ୍ରାରେ ଏହାର ବ୍ୟବହାର କରି ପାରିବେ।

ଫୁଲି ସିନ୍ଥେଟିକ ଅଏଲ
ଫୁଲି ସିନ୍ଥେଟିକ ଅଏଲର ବ୍ୟବହାର ଅଧିକାଂଶ ସ୍ପୋର୍ଟ୍ସ କାର ଏବଂ ବାଇକରେ କରାଯାଏ। ସବୁଠୁ ଉଚ୍ଚ ଗୁଣବତ୍ତାର ଅଏଲରେ ଫୁଲି ସିନ୍ଥେଟିକ ଅଏଲ ସାମିଲ୍। ଇଞ୍ଜିନରେ ଏହାର ବ୍ୟବହାରରେ ଗାଡିର ମାଇଲେଜ୍ ହ୍ରାସ ହୁଏ ନାହିଁ। କୌଣସି ବି ତାପମାତ୍ରାରେ ଏହା ଗାଡିକୁ ଲୁବ୍ରିକେସନ ପ୍ରଦାନ କରିବାରେ ବେଶ ସହାୟକ ହୋଇଥାଏ। ଯଦି ତିନି ଅଏଲର ତୁଳନା କରାଯାଏ ତେବେ ଫୁଲି ସିନ୍ଥେଟିକ ଅଏଲ କାର ଏବଂ ବାଇକ୍ ପାଇଁ ସବୁଠୁ ଭଲ। ଏହାର ମୂଲ୍ୟ ସବୁଠୁ ଅଧିକ ମଧ୍ୟ। ଯଦି ଆପଣ ଗାଡିର ଇଞ୍ଜିନକୁ ଠିକ୍ ଭାବେ ରଖିବାକୁ ଚାହାନ୍ତି ତେବେ ସର୍ବଦା ଫୁଲି ସିନ୍ଥେଟିକ ଅଏଲ ପକାନ୍ତୁ।

Get real time updates directly on you device, subscribe now.