fbpx

କଂଗ୍ରେସ କରୁଛି କମବ୍ୟାକ : ଭାରତ ଯୋଡିବା ସହିତ ଦଳ ନିଜକୁ କରୁଛି ତୃଣ ମୂଳରୁ ସୁଦୃଢ଼

ନୂଆଦିଲ୍ଳୀ:କଂଗ୍ରେସ ଦଳ ବର୍ତ୍ତମାନର ସର୍ବ ପୂରାତନ ଦଳ , ଯିଏ ମୁଖ୍ୟତଃ ତାହା କାର୍ଯ୍ୟ ଠାରୁ ଅଧିକ ଅସୁଲ ପାଇଁ ପରିଚିତ । କୁହାଯାଏ ଏହି ଦଳ ତାର ପ୍ରତିଷ୍ଠା ଆଉ ନିୟମକୁ ବହୁ ଉପରେ ରଖିଥାଏ । ଆଜି ମଧ୍ୟ ଯଦି ଆପଣ ଏହି ଦଳ ଉପରେ ନଜର ପକାଇବେ ଏଥିରେ ଯେଉଁ ଭଳି ଦିଗଜ ନେତା ମାନେ ଅଛନ୍ତି । ଯାହାକି ଆଉ କେଉଁ ଦଳରେ ଖୁବ କମ ଦେଖିବାକୁ ମିଳେ । ଏହା କହିଲେ ଭୁଲ ହେବ ନାହିଁ ଯେ କଂଗ୍ରେସ ବହୁ ନେତା ମାନଙ୍କୁ କେବଳ ପରିଚୟ ନୁହେଁ ତାଙ୍କୁ ଏକ ଅଲଗା  ଅସ୍ଥିତ୍ୱ ମଧ୍ୟ ପ୍ରଦାନ କରିଛି ।
ବର୍ତ୍ତମାନ ବହୁ ନେତା ସ୍ୱାର୍ଥ ପାଇଁ ହାତ ଛାଡିଛନ୍ତି । ଯାହା ପାଇଁ ଏହି ଦଳ ବର୍ତ୍ତମାନ ଲଢ଼ିବା ପାଇଁ ବହୁ ସଂଘର୍ଷ କରୁଛି। ତେବେ ଏହା ସବୁ ପରେ ମଧ୍ୟ କଂଗ୍ରେସ ଦଳରେ ଚଳିତ ବର୍ଷ ବହୁ ପରିବର୍ତ୍ତନ ହୋଇଛି । ପ୍ରଥମ ଥର ପାଇଁ ଅଣ ଗାନ୍ଧୀ ଭାବେ ମଲ୍ଳିର୍କାଜୁନ ଖଡ଼ଗେଙ୍କୁ କଂଗ୍ରେସ ସଭାପତିର ଦାୟିତ୍ୱ ଦିଆଯାଇଥିବା ବେଳେ ଏହି ଦଳର ବରିଷ୍ଠ ନେତା ବୋଲାଉଥିବା ଗୁଲାମ ନବୀ ଆଜାଦ ଦଳରୁ ନିଜକୁ ଅଲଗା କରିଥିଲେ । କେବଳ ଏତିକି ନୁହେଁ ଜୟବୀର ସେହଗିଲ, କପିଲ ସିବଲ,ସୁନୀଲ ଜାଖର,ଆରପିଏନ ସିଂ,ଅଶ୍ୱୀନ କୁମାର,ହାର୍ଦ୍ଦିକ ପଟେଲ ଭଳି ଅନେକ ନେତା ହାତ ଛାଡିଛନ୍ତି ।

ଏହାସବୁ ଭିତରେ କଂଗ୍ରେସର ଯେଉଁ ଜିତିବାର ମନୋବଳ ଥିଲା ତାହା ଧୀରେ ଧୀରେ ହଜିବାକୁ ଲାଗୁଥିବା ବେଳେ ଏବେ ଭାରତ ଯୋଡୋ ଯାତ୍ରା ଏକ ବିସଲ୍ୟକରଣୀ ଭାବେ କାର୍ଯ୍ୟ କରୁଥିବାର ଆଶା କରାଯାଉଛି । ଯାହାକି ଏବେ କଂଗ୍ରେସକୁ ପୁଣିଥରେ ଟ୍ରାକକୁ ଫେରାଇବା ଦିଗରେ କାର୍ଯ୍ୟ କରୁଛି । କାରଣ ଏହି ଯାତ୍ରା କେବଳ ଏକ ସାଧାରଣ ଯାତ୍ରା ହୋଇ ରହିନାହିଁ ତୃଣମୂଳସ୍ତରରେ ବହୁ ଜନତାଙ୍କୁ ଯୋଡୁଛି । ବର୍ତ୍ତମାନ ଭାରତ ଯୋଡୋ ସହିତ ବହୁ ଜନିା ଯୋଡି ହେଉଛନ୍ତି । ଏହାର ପ୍ରଭାବ କିଛିଟା ଗୁଜରାଟ ଆଉ ହିମାଚଳପ୍ରଦେଶର ନିର୍ବାଚନ ଫଳ ପ୍ରକାଶ ହେବା ପରେ ମଧ୍ୟ ଜଣାପଡିଯିବ।କାରଣ କଂଗ୍ରେସ ଦାବିର ସହ କହୁଛି ଗୋଟିଏ ପ୍ରଦେଶରେ ଆମର ବିଜୟ ସୁନିଶ୍ଚିତ ।

ସେମାନେ ଜିତିବାକୁ ଚାହୁଁଥିବା “ଗୋଟିଏ ରାଜ୍ୟ” ହେଉଛି ହିମାଚଳ । ରାହୁଲ ପାହାଡ ରାଜ୍ୟଠାରୁ ଦୂରରେ ରହିଥିଲେ ମଧ୍ୟ ପ୍ରିୟଙ୍କା ସେଠାରେ କଂଗ୍ରେସର ଅଭିଯାନରେ ନିଜକୁ ବିନିଯୋଗ କରିଥିଲେ। କିନ୍ତୁ ସମସ୍ତ ଆଖି ଗୁଜୁରାଟ ଉପରେ। କେବଳ ରାହୁଲ କିମ୍ବା କଂଗ୍ରେସ ପାଇଁ ନୁହେଁ, ସମଗ୍ର ବିରୋଧୀ ଦଳ ପାଇଁ ଏହି ସପ୍ତାହ ଗୁରୁତ୍ୱପୂର୍ଣ୍ଣ । ୨୦୨୪ ମସିହାରେ ମୋଦୀଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସ ପୁଣି ଜୀବିତ ହେଉଛି ।ଏହା ଅନ୍ୟ ଏକ ବିଷୟ ଯେ ଅନେକ ଦଳର ନେତା ଅନୁଭବ କରୁଛନ୍ତି ଯେ ମୋଦୀଙ୍କୁ ଟକ୍କର ଦେବାକୁ ଖଡ଼ଗେ ଏବେ ଏକ ଉତ୍ତମ ସ୍ଥିତିରେ ଅଛନ୍ତି। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୃଷ୍ଟିକୋଣରୁ ନୁହେଁ ବରଂ ରାଜନୈତିକ ଦୃଷ୍ଟିରୁ ଏହା ଆକଳନ କରାଯାଉଛି । କଂଗ୍ରେସ ଭାରତ ଯୋଡୋ ଯାତ୍ରା ପରେ ହାଥ ସେ ହାଥ ଯୋଡୋ ଯାତ୍ରା ଆରମ୍ଭ କରିବାକୁ ଯାଉଛି । ଯାହାମୁଖ୍ୟତଃ ୨୦୨୩ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମାଷ୍ଟରପ୍ଲାନ କହିଲେ ଭୁଲ ହେବ ନାହିଁ ।ତେବେ ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ସବୁ କଂଗ୍ରେସ ଦଳର ସଦସ୍ୟ ମାନେ ରାଜନୈତିକ ମୈଦାନରେ ମହା ଯୁଦ୍ଧ ପାଇଁ ପ୍ରତ୍ୟାବର୍ତ୍ତନ କରିବାକୁ ଅଣ୍ଟା ଭିଡିଲେଣି । ତେବେ ବର୍ତ୍ତମାନର ସ୍ଥିତି ଦେଖି ଯାହା ଲାଗୁଛି କଂଗ୍ରେସ କମବ୍ୟାକ କରୁଛି । ଆଉ ଏହାର ପ୍ରତିିଫଳନ ଆଗାମୀ ନିର୍ବାଚନରେ ନିହାତି ଭାବରେ ଦେଖିବାକୁ ମିଳିବ ।

କେବଳ ଦଳ ଭିତରେ ଗୋଷ୍ଠୀ କନ୍ଦଳ ଦଳକରୁ ବିଜୟ ମୁହାଁ ହେବାରୁ  ବାଧକ ସାଝୁଛି । ବର୍ତ୍ତମାନ ସୁଦ୍ଧା ଗେହଲଟ ଆଉ ପାଇଲଟ ସମସ୍ୟାର ସମାଧାନ ହେଉ ନାହିଁ । ଏହା ସହିତ ଯାହା ଚର୍ଚ୍ଚା ହେଉଛି ଶଶି ଥରୁର ମଧ୍ୟ ଦଳ କାର୍ଯ୍ୟକଳାପ ଉପରେ ସନ୍ତୁଷ୍ଟ ନାହାନ୍ତି ଆଉ ତାଙ୍କର ଏହି ଅସୁନ୍ତଷ୍ଟା ଦିନକୁ ଦିନ ବୃଦ୍ଧି ପାଉଛି ଯାହାକି ଦଳ ପାଇଁ ସୁସମ୍ବାଦ ନୁହେଁ ।

ତେଣୁ ଯଦି କଂଗ୍ରେସ ପୁଣିଥରେ ଲଢ଼ିବାକୁ ହେବ ତେବେ ଭାରତ ଯୋଡୋ ସହ ଦଳକୁ ଆଉ ସଙ୍ଗଠନକୁ ଆହୁରି ମଜବୁତ କରିବାକୁ ପଡିବ । କୁହାଯାଏ ଯଦି ନିଅଁ ମଜବୁତ ତେବେ ଘର ଭଲ ସେ ଛିଡା ହୋଇପାରିବ । ତେଣୁ କଂଗ୍ରେସ ଭିତରେ ଯେଉଁ କନ୍ଦଳ ରହିଛି ତାହା ଖୁବ ଶୀଘ୍ର ସମାପ୍ତି ହେବ ତାହା ଭଲ ହେବ।

Get real time updates directly on you device, subscribe now.