fbpx

ମହିଳାଙ୍କ ଅନ୍ତଃବସ୍ତ୍ରଚୋରିକରିବାରେ ମିଳୁଥିଲା ଆନନ୍ଦ,ଧରା ପଡି ଖାଇଲା ଛେଚା

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର): ମହିଳାଙ୍କ ଅନ୍ତଃବସ୍ତ୍ରଚୋରି କରୁଥିଲା । ତାକୁ ନେଇ ଘରେ ସାଇତି ରଖୁଥିଲା । ଏପରି କରିବାରେ ମିଳୁଥିଲା ଆନନ୍ଦ । କିନ୍ତୁ ସବୁଦିନ ଭାଗ୍ୟ ସାଥ ଦେଇ ନଥାଏ ।ଅନ୍ତଃବସ୍ତ୍ର ଚୋରି କରୁଥିବା ବେଳେ ଧରାପଡି ଛେଚା ଖାଇଲେ ଯୁବକ।ତେବେ ସମ୍ପୃକ୍ତ ଯୁବକର ଏଭଳି ଆଚରଣ ତାଜୁବ କରୁଥିବା ବେଳେ ମାନସିକ ବିକାରଗ୍ରସ୍ତ ବୋଲି ସନ୍ଦେହ ପ୍ରକାଶ ପାଇଛି।ଏଭଳି ଘଟଣା ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଗୋଲେଇ ଶେଖର କୋଲନିରେ ସାମ୍ନାକୁ ଆସିଛି । ଆଜି ମଧ୍ୟାହ୍ନ ସମୟରେ ଶେଖର କୋଲନିରେ ରହୁଥିବା କିଛି ଭଡାଟିଆମାନଙ୍କ ଘରେ ଜ୍ୟୋତିରଞ୍ଜନ ମହାନ୍ତଙ୍କ ନାମକ ଯୁବକ ପଶି ଅନ୍ତଃବସ୍ତ୍ର ଚୋରି କରୁଥିବା ବେଳେ କୋଲନିବାସୀଙ୍କ ହାତରେ ଧରାପଡିଥିଲା ଯୁବକ। ପରେ ଯୁବକକୁ ଧରି ନିସ୍ତୁକ ମାଡ଼ ମାରିବା ସହିତ ଏକ ବିଦ୍ୟୁତଖୁଣ୍ଟରେ ବାନ୍ଧି କରଞ୍ଜିଆ ଥାନାପୋଲିସକୁ ଖବର ଦେଇଥିଲେ । ଖବରପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକୁ ଉଦ୍ଧାର କରି ଥାନାରେ ଅଟକ କରି ଘଟଣାର ତଦନ୍ତ କରୁଛି ପୋଲିସ । ଉକ୍ତ ଯୁବକ ପୂର୍ବରୁ ମଧ୍ୟ ବହୁବାର କୋଲନିରେ ପଶି ଅନ୍ତଃବସ୍ତ୍ର ଚୋରି କରୁଥିବା କହିଛନ୍ତି କଲୋନିର କିଛି ମହିଳା । ତେବେ ପୋଲିସ ଯୁବକୁ ଅଟକରଖି ଅଧିକ ତଦନ୍ତ ପରେ କାର୍ୟ୍ୟାନୁଷ୍ଠାନ ନେବ ମିଳିଥିବା ସୂଚନାରୁ ଜଣାପଡ଼ିଛି । ଅନ୍ୟପଟେ ଅନ୍ତଃବସ୍ତ୍ର ଚୋରି କରିବା ପଛରେ ଯୁବକର କଣ ଉଦ୍ଧେଶ୍ୟ ରହିଛି ତାହା ଜଣା ପଡିନଥିଲା ବେଳେ ଏହା ଏକ ମାନସିକ ବିକାରଗ୍ରସ୍ତ ରୋଗୀଙ୍କ କାମ ବୋଲି ଏବେ ଚର୍ଚ୍ଚା ହେଉଛି

Get real time updates directly on you device, subscribe now.