fbpx

ଆଜିଠୁ ମଣିଷଙ୍କ ଉପରେ ପ୍ରୟୋଗ ହେବ କରୋନା ଭ୍ୟାକସିନ

ଆଜିଠୁ ମଣିଷଙ୍କ ଉପରେ ପ୍ରୟୋଗ ହେବ କରୋନା ଭ୍ୟାକସିନ
ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର): ଆଜିଠୁ ମଣିଷଙ୍କ ଉପରେ ପ୍ରୟୋଗ ହେବ କରୋନା ଭ୍ୟାକସିନ । କରୋନାର କାୟା ବିସ୍ତାର ଦିନଠାରୁ ଦୁନିଆଯାକର ଗବେଷକ ଏହାର ଭ୍ୟାକସିନ ପ୍ରସ୍ତୁତିରେ ଲାଗିପଡିଥିଲେ । କରୋନା ଭ୍ୟାକସିନ ଉଦ୍ଭାବନ ହୋଇଥିଲା ବିଭିନ୍ନ ଦେଶର ସାଇନଟିଷ୍ଟ ଦାବି କରୁଥିଲେ । କିନ୍ତୁ ଆଜି ଏହାର ପ୍ରଥମ ପ୍ରୟୋଗ କରିବ ୟୁନାଇଟେଡ କିଙ୍ଗଡମ । ୟୁକେର ଅକ୍ସଫୋର୍ଡ ୟୁନିଭରସିଟିର ଗବେଷକ ଏହାର ଭ୍ୟାକସିନ ଉଦ୍ଭାବନ କରିଥିବା ଦାବି କରୁଥିଲେ । ଯାହାର ଆଜି ପ୍ରଥମ ମାନବିକ ପ୍ରୟୋଗ ହେବ । ସାଧାରଣ ସମୟରେ କରୋନା ପ୍ରତିଷୋଧକ ତିଆରି କରିବାକୁ ବର୍ଷ ବର୍ଷ ଲାଗିଯାଇଥାନ୍ତା । କିନ୍ତୁ ୟୁକେ ଅନ୍ୟ ଦେଶଠୁ କେତେ ଅଧିକ ଗୁଣରେ ଅର୍ଥ ଖର୍ଚ୍ଚ କରି ଏହା ପ୍ରସ୍ତୁତ କରିଥିବା ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍ ହ୍ୟାନକକ କହିଛନ୍ତି ।

Get real time updates directly on you device, subscribe now.