fbpx

ଓମିକ୍ରନ୍‌ ଲକ୍ଷଣ ଦେଖାଯାଉଛି କି? ଖାଆନ୍ତୁ ଏହି ସବୁ ଖାଦ୍ୟ, ମିଳିବ ଭରପୁର ପୋଷଣ

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍‌ । ଏହି କିଛି ଦିନରେ ଏହା ହୁ ହୁ ହୋଇ ବଢୁଥିବା ଦେଖିବାକୁ ମିଳିଛି । ହେଲଥ୍‌ ଏକ୍ସପର୍ଟଙ୍କ କହିବା ମୁତାବକ ଓମିକ୍ରନ ଲକ୍ଷଣକୁ କମ୍‌ କରିବାର ସବୁଠୁ ଭଲ ଉପାୟ ହେଉଛି ଭ୍ୟାକ୍ସିନେସନ୍‌ । କିନ୍ତୁ ଅନେକ ଭ୍ୟାକସିନ୍‌ ନେଇଥିବା ଲୋକେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ କ୍ଷେତ୍ରରେ ଲକ୍ଷଣ ଖୁବ୍‌ କମ୍‌ ରହିଛି । ଯେଉଁମାନେ ଓମିକ୍ରନରେ ଆକ୍ରାନ୍ତ ହେଉଛନ୍ତି ତାଙ୍କୁ ଜଣା ନଥାଏ ସେମାନେ କେଉଁ ଖାଦ୍ୟ ଖାଇବେ, ଖାସ୍‌ କରି ଯେଉଁମାନଙ୍କୁ ଭୋକ ନ ଲାଗୁଛି । କାହିଁକି ନା ଭୋକ ନ ଲାଗିବା ବି ଓମିକ୍ରନର ଏକ ଲକ୍ଷଣ ।

ଡାକ୍ତର ରୋବର୍ଟ ଜି ଲାହିତାଙ୍କ କହିବା ଅନୁସାରେ, ଯେଉଁ ଲୋକେମାନେ ଓମିକ୍ରନ ଓ ଡେଲ୍ଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହେଉଛନ୍ତି ସେମାନଙ୍କୁ ଭୋକ କମ୍‌ ଲାଗେ । ଓମିକ୍ରମ ହେବା ଦ୍ୱାରା ତଣ୍ଟି ଖୁବ୍‌ ଦର୍ଜ ହୋଇଥାଏ । ଏମିତିରେ କୌଣସି ଲିକ୍ୱିଡ୍‌ ଜାତୀୟ ଖାଦ୍ୟ ଖାଇଲେ ବି ତଣ୍ଟିରେ ଯନ୍ତ୍ରଣା ହୋଇଥାଏ । ଏମିତିକି ଗଳା ଦର୍ଜ ଓ ଭୋକ ନ ଲାଗିବା କାରଣରୁ ବି କିଛି ଖାଇବାକୁ ମନ ହୋଇନଥାଏ । କିନ୍ତୁ ସୁସ୍ଥ ହେବାକୁ ଶରୀର ନ୍ୟୁଟ୍ରିସନ୍‌ ପାଇବା ଖୁବ୍‌ ଜରୁରୀ । ଏମିତିରେ କଣ ସବୁ ଖାଇବେ ଜାଣନ୍ତୁ । ଦହି- ଓମିକ୍ରନରେ ଆକ୍ରାନ୍ତ ହେଲେ ଦହି ଖାଆନ୍ତୁ । ଦହି ତରଳ ଜାତୀୟ ଓ ନରମ୍‌ ହୋଇଥିବା କାରଣରୁ ଗଳାକୁ ଆରାମ୍‌ ମିଳିଥାଏ । ଏଥି ସହିିିତ ଆଇସ୍କ୍ରିମ୍ ବି ଖାଇପାରିବେ। ଯାହ ଆପଣଙ୍କ ଶରୀରକୁ ଶକ୍ତି ପହଞ୍ଚାଇବ।

Get real time updates directly on you device, subscribe now.