fbpx
BJD SKY
BJD SKY

ରାଜ୍ୟରେ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଣ ନିର୍ଦ୍ଦେଶ: ମୁଖ୍ୟ ଶାସନ ସଚିବ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତାପମାତ୍ରା ବୃଦ୍ଧି ସହ ବିଦ୍ୟୁତ୍ କଟ୍ ଲୋକଙ୍କୁ କଲବଲ କରୁଛି । ଏହାରି ମଧ୍ୟରେ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟବ୍ୟାପୀ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍ ଯୋଗାଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚସ୍ତରୀୟ ସବୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଦ୍ୟୁତ୍ ବିତରଣ କମ୍ପାନୀଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବଢ଼ୁଥିବା ଖରା ଓ ପରୀକ୍ଷାକୁ ଦୃଷ୍ଟିରେ ରଖି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ହେଉ ବୋଲି ସେ କହିଛନ୍ତି ।

ତେବେ ରାଜ୍ୟରେ ବିଦ୍ୟୁତ ସଙ୍କଟ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଭିସି ଜରିଆରେ ବସିଥିବା ବୈଠକରେ ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ । ରାଜ୍ୟରେ ଏବେ ଯେଉଁ ବିଜୁଳି କାଟ ହେଉଛି ତାହା ସାମୟିକ ବୋଲି କୁହାଯାଇଛି । ଗ୍ରୀଡ୍କୋ, ଓପିଟିସିଏଲ, ଓଏଚପିସି, ଓପିଜିସି ପରି ବିଦ୍ୟୁତ ଉତ୍ପାଦନ କାରୀ ସଂସ୍ଥାର ପ୍ରତିନିଧି ବୈଠକରେ ଉପସ୍ଥିତ ଥିଲେ ।

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଦ୍ୟୁତ ଚାହିଦା ବଢ଼ୁଛି । ପିକ ସମୟରେ ୧୦ ପ୍ରତିଶତ ଅଧିକ ଚାହିଦା ରହୁଛି । ରାଜ୍ୟରେ ବର୍ତ୍ତମାନ ବିଜୁଳି ଯୋଗାଣରେ ଯେଉଁ ସମସ୍ୟା ରହିଛି ତାହା ସାମୁହିକ ସମସ୍ୟା । ଦିନ ସମୟରେ ବିଜୁଳି ଯୋଗାଣରେ ଯେପରି କୌଣସି ଅସୁବିଧା ନ ହେବ ସେ ନେଇ ଡ଼ିସକମ ମାନଙ୍କୁ ନିର୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ସମସ୍ତ ଆଇ ଆଇପି ବା ବିଦ୍ୟୁତ ଉତ୍ପାଦନ କାରୀ ସଂସ୍ଥା ମାନଙ୍କୁ କୋଇଲା ଯୋଗାଇ ଦେବା ପାଇଁ ନିର୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.