fbpx

ଆଜି ବସିବ ବଜେଟ୍

ନୂଆଦିଲ୍ଲୀ,୧ ।୨: ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଂସଦରେ ଆଗତ ହେବ ସାଧାରଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ୱିତୀୟ ଥର ପାଇଁ ଆଜି ବଜେଟ୍ ଆଗତ କରିବେ । ଏନେଇ ନଥିପତ୍ର ସହ ଅର୍ଥ ମନ୍ତ୍ରାଳୟରେ ପହଞ୍ଚିଥିିଲେ ନିର୍ମଳା । ପରେ ଅର୍ଥ ମନ୍ତ୍ରାଳୟରୁ ନଥିପତ୍ରକୁ ନେଇ ଅର୍ଥମନ୍ତ୍ରୀ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବଜେଟକୁ ମଞ୍ଜୁର କରିବେ । ଦିନ ୧୧ଟାରେ ବଜେଟ୍ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥନୈତିକ ଅଭିବୃଦ୍ଧିରେ ବାଧକ ସାଜିଥିବା ଅଟୋମୋବାଇଲ, ରିୟଲ ଇଷ୍ଟେଟ ଓ ଫିନାନ୍ସ ସେକ୍ଟରରେ ସ୍ଫୁର୍ତ୍ତି ଫେରାଇବା ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ।

Get real time updates directly on you device, subscribe now.