fbpx

କରୋନା ଭୟରେ ଚୀନରୁ ଫେରିଲେ ୩୨୪ ଭାରତୀୟ, ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି

ନୂଆଦିଲ୍ଲୀ,୧ ।୨: ଚୀନରୁ ଆରମ୍ଭ ହୋଇ ସାରା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି କରୋନା ଭାଇରସ୍ । କରୋନାରେ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି ହୋଇଥିବା ବେଳେ ୧୧,୭୯୧ ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ଡବ୍ଲ୍ୟୁଏଚଓ ପକ୍ଷରୁ ଗ୍ଲୋବାଲ ଭାଇରସ୍ ଏମରଜେନ୍ସି ଘୋଷଣା କରାଯାଇଛି ।

କରୋନା ଭାଇରସ୍ ଭୟରେ ଚୀନରେ ରହୁଥିବା ଭାରତୀୟଙ୍କ ମଧ୍ୟରୁ ୩୨୪ ଜଣ ଭାରତ ଫେରିଛନ୍ତି । ୨୩୪ ଜଣ ପୁରୁଷ ଓ ୯୦ ମହିଳାଙ୍କୁ ନେଇ ଦିଲ୍ଲୀ ଫେରିଛି ଏକ ସ୍ୱତନ୍ତ୍ର ବିମାନ । ଏହି ୩୨୪ ଭାରତୀୟଙ୍କ ମଧ୍ୟରେ ୨ ଜଣ ଓଡିଶାର ଅଛନ୍ତି । ଏହି ବିମାନରେ ରାମ ମନୋହର ଲୋହିୟା ମେଡିକାଲର ୫ ଡାକ୍ତର ମଧ୍ୟ ଉପସ୍ଥିତ ଅଛନ୍ତି ।

ତେବେ ଫୁଲବାଣୀରେ ଯୁବକଙ୍କୁ କରୋନା ଆକ୍ରାନ୍ତ ସନ୍ଦେହରେ କଟକ ଏସିବିରେ ଭର୍ତ୍ତି ହେଲେ ଚୀନ୍ ଫେରନ୍ତା ଛାତ୍ର । ଛାତ୍ରଙ୍କୁ ଏସିବିର ସନ୍ଦିଗ୍ଧ କରୋନା ୱାର୍ଡରେ ରଖାଯାଇଛି । କରୋନା ପରୀକ୍ଷା ପାଇଁ ଛାତ୍ରଙ୍କ ରକ୍ତ ନମୁନା ପୁଣେର ଏନଆଇଭିକୁ ପଠାଯାଇଛି । କରୋନା ଭଳି ଲକ୍ଷଣ ଦେଖା ଦେଇଥିବା ସିଡିଏମଓଙ୍କୁ ଚିଠି ଲେଖିଥିଲେ ଯୁବକ ।

Get real time updates directly on you device, subscribe now.