ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ ପାଇଁ ୨୩ ଜଣିଆ କମିଟି ଗଠନ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଗଠନ କରିଛନ୍ତି । ମହତାବଙ୍କ ଜୟନ୍ତୀ ପାଳନ ପାଇଁ ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଗଠନ ହୋଇଥିବା ୨୩ ଜଣିଆ କମିଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷ ରହିଛନ୍ତି । ଏଥିସହିତ ରାଜ୍ୟର ଅବସରପ୍ରାପ୍ତ ପ୍ରଶାସକ, ପ୍ରତିଷ୍ଠିତ ସାହିତ୍ୟିକ, ରାଜନେତାମାନେ ସ୍ଥାନ ପାଇଛନ୍ତି । ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି ହୋଇଛି ।

ଶ୍ରୀ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଏକ୍ସ-ଅଫିସୋ ସଦସ୍ୟ ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ଭର୍ତ୍ତୃହରି ମହତାବ, ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ଓ ଲାଇବ୍ରେରୀର ଚେୟାରମ୍ୟାନ ନୃପେନ୍ଦ୍ର ମିଶ୍ର, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ, ଆଟି ସେକ୍ରେଟାରୀ ସଚିବ ସଞ୍ଜୟ ଜାଜୁ ଏକ୍ସ-ଅଫିସୋ ସଦସ୍ୟ ଓ ସଂସ୍କୃତି ସଚିବ ଅରୁନିଶ୍ ଚାୱାଲା ଏହି କମିଟିର ସେକ୍ରେଟାରୀ ରହିଛନ୍ତି । ନଭେମ୍ବର ୨୧ ତାରିଖ ଠାରୁ ରାଜ୍ୟ ସରକାରଙ୍କ ତରଫରୁ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀର ୩ ଦିନିଆ ସ୍ମରଣୋତ୍ସବ ରାଜଧାନୀର ରବୀନ୍ଦ୍ର ମଣ୍ଡପ ଠାରେ ୩ ଧରି ପାଳିତ ହେବ । ସେନେଇ ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ହୋଇଛି ।