fbpx
BJD SKY
BJD SKY

୫ଟି ସରକାରୀ ବ୍ୟାଙ୍କରୁ ଅଂଶଧନ ପ୍ରତ୍ୟାହାର କରିବେ କେନ୍ଦ୍ର ସରକାର: କେନ୍ଦ୍ର ଅର୍ଥ ସେବା ସଚିବଙ୍କ ପକ୍ଷରୁ ସୂଚନା

BJD

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବଶୀଘ୍ର ଦେଶର ୫ଟି ସରକାରୀ ବ୍ୟାଙ୍କରୁ ଅଂଶଧନ ପ୍ରତ୍ୟାହାର କରିବେ । ଏନେଇ କେନ୍ଦ୍ର ଅର୍ଥ ସେବା ସଚିବ ବିବେକ ଯୋଶୀ ସୂଚନା ଦେଇଛନ୍ତି । ସେହି ୫ଟି ବ୍ୟାଙ୍କ ମଧ୍ୟରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ଓ ସିନ୍ଧ ବ୍ୟାଙ୍କ ରହିଛି । ଭାରତୀୟ ସୁରକ୍ଷା ଓ ବିନିମୟ ବୋର୍ଡ (ସେବି) ଅଧିନରେ ସୁଚୀବଦ୍ଧ କମ୍ପାନୀଗୁଡ଼ିକୁ ସାର୍ବଜନିକ ଶେୟାରଧାରିତା ନିୟମ ପାଳନ କରିବାକୁ ପଡ଼ିଥାଏ ।

ସେବିର ସର୍ବନିମ୍ନ ପବ୍ଲିକ ଶେୟାର ହୋଲଡିଂ (ଏମପିଏସ) ନିୟମ ଅନୁସାରେ ସରକାର ଏହାର ଅଂଶଧନକୁ ୭୫ ପ୍ରତିଶତ ହ୍ରାସ କରିପାରିବେ । ସେବି ନିୟମ କାର୍ଯ୍ୟକାରୀ କରିବାକୁ ସରକାର ସରକାରୀ ବ୍ୟାଙ୍କଗୁଡ଼ିକରୁ ଅଂଶଧନ ୭୫ ପ୍ରତିଶତରୁ ହ୍ରାସ କରିବାକୁ ଯୋଜନା କରୁଛନ୍ତି । ୨୦୨୩ ମସିହା ମାର୍ଚ୍ଚ ମାସ ୧୨ ସୁଦ୍ଧା ୧୨ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ମଧ୍ୟରୁ କେବଳ ୪ଟି ବ୍ୟାଙ୍କ ଏହି ନିୟମ ପାଳନ କରିଛନ୍ତି ।

ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ପଞ୍ଜାବ ଓ ସିନ୍ଧ ବ୍ୟାଙ୍କରେ ୯୮.୨୫ ପ୍ରତିଶତ ଅଂଶଧନ, ଇଣ୍ଡିଆନ ଓଭରସିଜରେ ୯୬.୩୮ ପ୍ରତିଶତ, ୟୁକୋ ବ୍ୟାଙ୍କରେ ୯୫.୩୯ ପ୍ରତିଶତ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ୮୬.୪୬ ପ୍ରତିଶତ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୯୩.୦୮ ପ୍ରତିଶତ ଅଂଶଧନ ରହିଛି । ଚଳିତ ଆର୍ଥିକ ବର୍ଷରେ ଆଉ ୩ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ସର୍ବନିମ୍ନ ୨୫ ପ୍ରତିଶତ ସାର୍ବଜନିକ ଶେୟାରଧାରିତା ମାନଦଣ୍ଡ ପୂରଣ କରିଛନ୍ତି । ୫ଟି ସରକାର ବ୍ୟାଙ୍କ ଏମପିଏସ ମାନଦଣ୍ଡ ପୂରା କରିବାକୁ ଯୋଜନା ପ୍ରସ୍ତୁତି କରିଥିବା ଶ୍ରୀ ଯୋଶୀ କହିଛନ୍ତି ।

Get real time updates directly on you device, subscribe now.