fbpx

(video)ଛିଣ୍ଡା ଚପଲ ହାତରେ ଧରି ଖାଲିପାଦରେ ଚାଲିଲେ ଅଭିନେତ୍ରୀ, ଭିଡିଓ ସେୟାର କରି କହିଲେ ସମସ୍ୟା

ଓଡ଼ିଶା ଭାସ୍କର: ସୋହା ଅଲ୍ଲୀ ଖାନ୍ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଏବେ ପୁରା ଦୂରେଇ ରହିଛନ୍ତି । କିନ୍ତୁ ସେ ଏବେ ବହି ଲେଖାଲେଖିରେ ପୁରା ବ୍ୟସ୍ତ ଅଛନ୍ତି । ନିକଟରେ ସେ ଲକ୍ଷ୍ନୌ ଯାଇଥିଲେ । ଏହି ସମୟରେ ସେ ସେଠାରେ ଏକ ସମସ୍ୟାରେ ପଡିଯାଇଥିଲେ । ସେଠାରେ ସେ କୌଣସି ଏକ ସ୍ଥାନକୁ ଯାଉଥିବା ସମୟରେ ତାଙ୍କ ଚପଲ ଛିଣ୍ଡି ଯାଇଥିଲା । ସୋହା ଏହାକୁ ନେଇ ଏକ ଭିଡିଓ ସେୟାର କରିଛନ୍ତି ।

ଭିଡିଓ ଜରିଆରେ ସୋହା ଦେଖାଉଛନ୍ତି କି ତାଙ୍କର ୨ଟି ଚପଲ ଛିଣ୍ଡି ଯାଇଛି । ଏହି କାରଣରୁ ତାଙ୍କୁ ଖାଲି ପାଦରେ ଚାଲିବାକୁ ପଡିଛି । ଏପରି ଅବସ୍ଥାରେ ଦୀନନାଥ ନାମକ ଜଣେ ମୋଚି ତାଙ୍କ ସହାୟତା କରିଥିଲା । ଭିଡିଓରେ ଦୀନନାଥଙ୍କୁ ସୋହାଙ୍କ ଚପଲ ସିଲାଇ କରୁଥିବାର ଦେଖିବାକୁ ମିଳୁଛି । ସୋହା ତାଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ।

 

View this post on Instagram

 

A post shared by Soha (@sakpataudi)

ଭିଡିଓ ସେୟାର କରିବା ସହ କ୍ୟାପସନରେ ସେ ଲେଖିଛନ୍ତି, ‘ଲକ୍ଷ୍ନୌରେ ଓହ୍ଲାଇବା ମାତ୍ରେ ୨ଟି ଯାକ ଚପଲ ଛିଣ୍ଡିଗଲା । ଦୀନନାଥ ମୋତେ ସାହାଯ୍ୟ କରି ଥିବାରୁ ତାଙ୍କୁ ଧନ୍ୟବାଦ ।’ ଭିଡିଓଟି ୟୁଜର୍ସଙ୍କୁ ବହୁତ ପସନ୍ଦ ଆସିଛି । ସେଲିବ୍ରିଟିମାନଙ୍କୁ ବି ବେଳେ ବେଳେ ସାଧାରଣ ଲୋକଙ୍କ ଭଳି ସମସ୍ୟାର ସାମ୍ନା କରିବାକୁ ପଡିଥାଏ ବୋଲି ୟୁଜର ମତ ରଖିଛନ୍ତି ।

Get real time updates directly on you device, subscribe now.