fbpx
BJD SKY
BJD SKY

ରାଜ୍ୟର ୪ଟି ବିଶ୍ୱବିଦ୍ୟାଳୟରେ ସୃଷ୍ଟି ହେଲା ୨୪୧ଟି ଅଣଶିକ୍ଷକ ପଦ: ବିଜ୍ଞପ୍ତି ପ୍ରକାଶ କଲା ଉଚ୍ଚଶିକ୍ଷା ବିଭାଗ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ୪ଟି ବିଶ୍ୱବିଦ୍ୟାଳୟରେ ୨୪୧ଟି ଅଣଶିକ୍ଷକ ପଦ ସୃଷ୍ଟି କରାଯାଇଛି । ରାଜ୍ୟରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଏହି ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରଶାସନକ କାର୍ଯ୍ୟର ସୁପରିଚାଳନା ପାଇଁ ଅଣଶିକ୍ଷକ ପଦ ସୃଷ୍ଟି କରାଯାଇଛି । ଉପ-କୁଳସଚିବ, ଉପ ପରୀକ୍ଷା ନିୟନ୍ତ୍ରକ, ପ୍ରଶାସନିକ ଅଧିକାରୀ ଭଳି ପଦ ପଦୋନ୍ନତି ଭିତ୍ତିରେ ପୂରଣ କରାଯିବ । ଏଥିସହିତ ଅନ୍ୟ ବହୁ ଅଣଶିକ୍ଷକ ପଦ ପାଇଁ ନୂତନ ଭାବେ ନିଯୁକ୍ତି ଦିଆଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

କେନ୍ଦୁଝର ଜିଲ୍ଲା ଧରଣୀଧର ବିଶ୍ୱବିଦ୍ୟାଳୟ ପାଇଁ ୬୩ଟି ଅଣଶିକ୍ଷକ ପଦ ସୃଷ୍ଟି କରାଯାଇଥିବା ବେଳେ କୋରାପୁଟ ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପାଇର୍ ମଧ୍ୟ ୬୩ଟି ଅଣଶିକ୍ଷକ ପଦ ସୃଷ୍ଟି କରାଯାଇଛି । ସେହିପରି ବଲାଙ୍ଗିର ଜିଲ୍ଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୯୨ଟି ଓ କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ପାଇଁ ୨୩ଟି ଅଣଶିକ୍ଷକ ପଦ ସୃଷ୍ଟି କରାଯାଇଛି ।

ଏହି ସମସ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଡେପୁଟି ରେଜିଷ୍ଟ୍ରାର, ଡେପୁଟୀ ପରୀକ୍ଷା ନିୟନ୍ତ୍ରକ, ପ୍ରଶାସନିକ ଅଧିକାରୀ, ଆସିଷ୍ଟାଣ୍ଟ ପରୀକ୍ଷା ନିୟନ୍ତ୍ରକ, ସେକ୍ସନ ଅଫିସର, ସିନିୟର ଆସିଷ୍ଟାଣ୍ଟ, ଜୁନିୟର ଆସିଷ୍ଟାଣ୍ଟ, ଫାଇନାନ୍ସ କମ୍ ଆକାଉଣ୍ଟସନ ଅଫିସର, ଲାବ୍ ଆସିଷ୍ଟାଣ୍ଟ କମ୍ ଷ୍ଟୋର କିପର, ସିନିୟର ଷ୍ଟେନୋଗ୍ରାଫର, ଜୁନିୟର ଷ୍ଟେନୋଗ୍ରାଫର, ବରିଷ୍ଠ ଗ୍ରନ୍ଥାଗାରିକ, ଗ୍ରନ୍ଥାଗାର ସହାୟକ ପୋଷ୍ଟ, ଫିଜିକାଲ ଏଜୁକେସନ ଅଫିସର, କୁଳପତିଙ୍କ ବ୍ୟକ୍ତିଗତ ସଚିବ ଆଦି ପଦରେ ନିଯୁକ୍ତି ଦିଆଯିବ ।

Get real time updates directly on you device, subscribe now.