fbpx

ହିନ୍ଦୀ ଭାଷାରେ ମେଡିକାଲ ପାଠ ପଢିବେ ଛାତ୍ରଛାତ୍ରୀ : ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ:ଛାତ୍ର ଛାତ୍ରରୀଙ୍କ ପାଇଁ ଆସିଲା ଖୁସି ଖବର । ଏଣିକି ଇଂରାଜୀ ନୁହେଁ ବରଂ ରାଷ୍ଟ୍ରଭାଷା ଅର୍ଥାତ ହିନ୍ଦୀରେ ହେବ MBBS ପାଠପଢା । ଯାହାକୁ ନେଇ ଛାତ୍ର ଛାତ୍ରୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଛାତ୍ରଛାତ୍ରୀ ମାନଙ୍କୁ ଇଂରାଜୀରେ ପାଠ ପଢିବା ପାଇଁ ଅସୁବିଧା ହେବା ସହ ଇଂରାଜୀରେ ପାଠ ପଢିବାରୁ ଆମ ମାତୃଭାଷା କୁ ଆମେ ଭୁଲିଯାଉଛେ । ଯେଉଁଥିପାଇଁ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ହିନ୍ଦିରେ ପାଠ ପଢିବେ ।

ତେବେ ଭୋପାଳର ଲାଲ ପରେଡ ଗ୍ରାଉଣ୍ଡରେ ଏ ସମ୍ପର୍କରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ସିଏମ ଶିବରାଜ ସିଂ ଚୌହ୍ୱାନ ପ୍ରମୁଖ ଉପସ୍ଥିତ ଥିଲେ । ୧୬ ଅକ୍ଟୋବରରେ ଗୃହମନ୍ତ୍ରୀ ଭୋପାଳରେ MBBSର ପ୍ରଥମ ବର୍ଷ ପାଇଁ ହିନ୍ଦୀରେ ଅନୁବାଦିତ ପୁସ୍ତକ ଉନ୍ମୋଚନ କରିବେ । ଏହା ସହ ମଧ୍ୟପ୍ରଦେଶରେ ବି ଏହି MBBS ଅଧ୍ୟୟନ ହିନ୍ଦୀରେ ଆରମ୍ଭ ହେବ

ତେବେ ଇଂରାଜୀ ଜାଣିନଥିବା ପିଲାମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଏହା ହେଉଛି ଏକ ଅଭିଯାନ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଗକୁ ଆନାଟୋମି, ବାୟୋକେମିଷ୍ଟ୍ରି ଏବଂ ଫିଜିଓଲୋଜି ଉପରେ ହିନ୍ଦୀରେ ଡାକ୍ତରୀ ପୁସ୍ତକ ପ୍ରକାଶ କରାଯିବ ବୋଲି ଗୃହମନ୍ତ୍ରୀ ଘୋଷଣା କରିଛନ୍ତି । ଗୃହମନ୍ତ୍ରୀ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ହେଉଛି ସମସ୍ତେ ମାତୃଭାଷାକୁ ମନେ ରଖିବା ଏବଂ ତାକୁ ସମ୍ମାନ ଦେବା ଉଚିତ୍ । ଏଥିସହିତ ଯେଉଁ ଛାତ୍ରଛାତ୍ରୀମାନେ ଭାବୁଛନ୍ତି MBBS କିମ୍ବା ଇଂଜିନିୟରିଙ୍ଗ ପାଠ ଇଂରାଜୀରେ ଶିଖିବା ଉଚିତ ତାହା ସେମାନଙ୍କ ଭାବନାକୁ ମଧ୍ୟ ପରିବର୍ତ୍ତନ କରିବ ।

ସିଏମ୍ ଶିବରାଜ ସିଂ ଚୌହାନ କହିଛନ୍ତି ଯେ MBBS ପାଠ୍ୟକ୍ରମକୁ ହିନ୍ଦୀରେ ଶିକ୍ଷାଦାନ କରାଯିବ, ଯାହାକି ଦେଶରେ ପ୍ରଥମ ଘଟଣା ହେବ । ତେଣୁ ଆମ ପାଇଁ ଏହା ଏକ ଗର୍ବର ବିଷୟ । ଏହା ମେଡିକାଲ ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମ ହିନ୍ଦୀରେ ହୋଇପାରିବ ନାହିଁ ବୋଲି ଧାରଣାକୁ ବଦଳାଇବ । ଛାତ୍ରଛାତ୍ରୀମାନେ ହିନ୍ଦୀରେ ପାଠ ପଢି ନିଜ ଭବିଷ୍ୟତ ଗଢିବେ ।

Get real time updates directly on you device, subscribe now.