fbpx

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ନିର୍ବାଚନୀ ରଣନୀତି ନେଇ ରାଜ୍ୟ ନେତୃତ୍ୱଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଦାର ଚାଲିଛି । ଭୋଟରଙ୍କୁ ବିପୁଳ ମାତ୍ରାରେ ଆକୃଷ୍ଟ କରିବା ପାଇଁ ପ୍ରଚାର କାର୍ଯ୍ୟ ପାଇଁ ଓଡ଼ିଶାକୁ କେନ୍ଦ୍ରମନ୍ତ୍ରୀଙ୍କ ସୁଅ ଛୁଟିବାରେ ଲାଗିଛି । ଏହିକ୍ରମରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବେ । ସେ ସୋନପୁରରେ ନିର୍ବାଚନ ବିଗୁଲ ଫୁଙ୍କିବେ । ରାଜ୍ୟରେ ପ୍ରଚାର କାର୍ଯ୍ୟ ପାଇଁ ଅମିତ ଶାହାଙ୍କ ଏହା ପ୍ରଥମ ଗସ୍ତ ହୋଇଥିବା ବେଳେ ରାଜ୍ୟ ବିଜେପି ନେତା ଓ କର୍ମୀ ଉତ୍ସାହିତ ଅଛନ୍ତି । ରାଜ୍ୟ ସରକାରଙ୍କ ପ୍ରତି ତାଙ୍କର ଆଭିମୁଖ୍ୟ କିପରି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଆଜି ଅପରାହ୍ନ ୩ଟା ୪୫ରେ ଝାରସୁଗୁଡ଼ା ବିମାନ ବନ୍ଦର ପହଞ୍ଚିବେ । ସେଠାରୁ ସୋନପୁର ରାମେଶ୍ୱର ଷ୍ଟାଡ଼ିୟମ ଠାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ । ଏହି ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ଅନ୍ୟ ରାଜ୍ୟସ୍ତରୀୟ ଶୀର୍ଷ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଶାହା ରାଜ୍ୟ ନେତୃତ୍ୱଙ୍କ ସହ ନିର୍ବାଚନୀ ରଣନୀତି ନେଇ ଆଲୋଚନା କରିବେ ।

Get real time updates directly on you device, subscribe now.