fbpx

Breaking; ପ୍ରକାଶ ପାଇଲା ମେନ୍ ପରୀକ୍ଷାଫଳ: ଅନ୍ୱେଷ ଶୁଭମ ଓଡ଼ିଶା ଟପ୍ପର

ଭୁବନେଶ୍ୱର: ପ୍ରକାଶ ପାଇଛି ଜେଇଇ ମେନ୍ ପରୀକ୍ଷାଫଳ । ଏନଟିଏ ପକ୍ଷରୁ ପରୀକ୍ଷା ଫଳାଫଳ ନେଇ ଘୋଷଣା ହୋଇଯାଇଛି । ଏହି ଟପ୍ପର ତାଲିକାରେ ୫୬ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ଚଳିତ ଜେଇଇ ମେନ୍ ପରୀକ୍ଷାରେ ୧୦୦ ପ୍ରତିଶତ ଏନଟିଏ ସ୍କୋର ହୋଇଥିବା ରେକର୍ଡ କରାଯାଇଛି । ତେବେ ଅନ୍ୱେଷା ଶୁଭମ୍ ପ୍ରଧାନ ଓଡ଼ିଶା ଟପ୍ପା ଭାବରେ ଖ୍ୟାତି ଅର୍ଜନ କରିଛନ୍ତି । ଜେଇଇ ଆଡଭାନ୍ସଡ ପାଇଁ ୨ ଲକ୍ଷ ୫୦ ହଜାର ୨୮୪ ଜଣ ପରୀକ୍ଷାର୍ଥୀ ଯୋଗ୍ୟତା ଅର୍ଜନ କରିପାରିଛନ୍ତି ।

ସୂଚନା ଅନୁସାରେ, ଗତବର୍ଷ ୧୩ ଜଣ ପ୍ରାର୍ଥୀ ହିଁ ୧୦୦ ପର୍ସାଣ୍ଟାଇଲ ସ୍କୋର କରିବାରେ ସଫଳ ହୋଇଛନ୍ତି । ଏଥିରେ ଦୁଇ ଜଣ ଛାତ୍ରୀ କର୍ଣ୍ଣାଟକରୁ ସାନଭୀ ଜୈନ ଏବଂ ଦିଲ୍ଲୀର ସାୟନା ସିହ୍ନା ଏଥିରେ ସାମିଲ ରହିଛନ୍ତି । ଏହାବ୍ୟତୀତ ଅନ୍ୟ ୧୧ ଜଣ ଛାତ୍ର ଏଥିରେ ଉନ୍ନୀତ ହୋଇଛନ୍ତି । ଗତବର୍ଷ ମାତ୍ର ଜଣେ ଛାତ୍ରୀ ୧୦୦ ପର୍ସାଣ୍ଟାଇଲ ସ୍କୋର କରିବାକୁ ସକ୍ଷମ ହୋଇ ପାରିଥିଲେ । କିନ୍ତୁ ଚଳିତବର୍ଷ ସାଧାରଣ ବର୍ଗର ଆଶାୟୀଙ୍କ ପାଇ ଜେଇଇ(ଆଡଭାନ୍ସଡ) ପାଇଁ କଟ୍-ଅଫ୍ ୯୩.୨୩ ରଖାଯାଇଛି । ତେବେ ୨୦୨୩ରେ ଏହା ୯୦.୭୭ଥିବା ବେଳେ ୨୦୨୨ରେ ୮୮.୪ ରହିଥିଲା ।

Get real time updates directly on you device, subscribe now.